ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ବା ଘଟଣା : ନବୋଦୟ କର୍ମଚାରୀଙ୍କୁ ଜେରା

Advertisment
ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ବା ଘଟଣା : ନବୋଦୟ କର୍ମଚାରୀଙ୍କୁ ଜେରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ଏକ ପ୍ରତିଷ୍ଠିତ ବିଦ୍ୟାଳୟର ନବମଶ୍ରେଣୀ ଦଳିତ ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ବା ହେବା ଓ ଗର୍ଭପାତ ଉଦ୍ୟମରେ ଗୁରୁତର ହୋଇପଡ଼ିବା ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଛି। ଗତକାଲି ରାତିରେ ନର୍ଲା ଥାନ‌ାରେ ଏ ନେଇ ଶିଶୁ ସୁରକ୍ଷା ସମିତି ପକ୍ଷରୁ ମାମଲା ରୁଜୁ ହେବାପରେ ଆଜି ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓ ଯାଇ ଘଟଣାର ତଦନ୍ତ କରିଛନ୍ତି। ସ୍କୁଲର କର୍ମଚାରୀଙ୍କୁ ଥାନାକୁ ଡକାଇ ପଚରାଉଚରା ଆରମ୍ଭ ହୋଇଛି।

ଗୋଟିଏ ପଟେ ଘଟଣାର ପ୍ରମାଣକୁ ପୋଛିଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଆଜି ସ୍କୁଲର ୱେବସାଇଟକୁ ମଧ୍ୟ ଅଚଳ କରିଦିଆଯାଇଥିବା ସୂଚନା ମିଳିଛି। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଓ ଶିଶୁ ସୁରକ୍ଷା ଅଧିକାରୀ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ । ଏ ନେଇ ଜିଲ୍ଲାପାଳଙ୍କୁ ଆସନ୍ତାକାଲି ସବିଶେଷ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ତଦନ୍ତ ବେଳେ ସ୍କୁଲ କର୍ତ୍ତୃପକ୍ଷ ସହଯୋଗ କରୁନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସିଡବ୍ଲୁସିର ଦୁଇ ଜଣିଆ ଟିମ ଗତକାଲି ରାତିରେ ନର୍ଲା ଥାନାକୁ ଯାଇଥିଲେ । ସିଡବ୍ଲୁସିର ମହିଳା ସଦସ୍ୟା ସ୍ବର୍ଣ୍ଣଲତା ମହାନ୍ତି ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ନର୍ଲା ପୁଲିସ କେସନଂ ୯/୧୯ ଦଫା ୩୭୬(୩), ୬(୨୧) ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ କେ. ମହନ୍ତ ଓ କେସିଙ୍ଗା ପୁଲିସ ଏସଡିପିଓ ଗୁପ୍ତେଶ୍ବର ଭୋଇ ନର୍ଲାଥାନାକୁ ଯାଇ ଘଟଣାର ତଦନ୍ତ ନେଇ ତଦାରଖ କରିଥିଲେ । ଆଜି ସ୍କୁଲର ଭାଇସ ପ୍ରିନ୍ସିପାଲ, ଫାର୍ମାସିଷ୍ଟ, ମେଟ୍ରନ, ହାଉସ ମିଷ୍ଟ୍ରେସ ସମେତ ବିଭିନ୍ନ କର୍ମଚାରୀଙ୍କୁ ଥାନାକୁ ଡକାଇ ପଚରାଉଚୁରା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe