ନାବାଳିକାଙ୍କ ଆତ୍ମହତ୍ୟା:  ମାସକରେ ଘୁ.ଉଦୟଗିରି ଅଞ୍ଚଳରେ ୪  ଅପମୃତ୍ୟୁ

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ଘୁ.ଉଦୟଗିରି : ଘୁ.ଉଦୟଗିରି ଥାନା ଅଞ୍ଚଳରେ ଗୋଟିଏ ମାସରେ ୪ଟି ଅପମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ୪ଜଣ ଆତ୍ମହତ୍ୟା କରିଥିବା ସମସ୍ତେ ପ୍ରାୟ ୩୦ବର୍ଷରୁ କମ ବୟସର ହୋଇଥିବା ବେଳେ ଏହି ଘଟଣା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି।  ଆଜି କଳିଙ୍ଗା ଠାରେ ଜଣେ ଯୁକ୍ତଦୁଇ ଦ୍ୱିତୀୟ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ନାବାଳିକା ନିଜ ଭିଣୋଇ ଘରେ ବେକରେ  ଚୁନୁରି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ପ୍ରକାରେ କଳିଙ୍ଗା ପଞ୍ଚାୟତ ଦୁଗୁଡ଼ିପାରି ଗ୍ରାମର  ନାବାଳିକା ଜଣକ କଳିଙ୍ଗା ଶିବମନ୍ଦିର ନିକଟରେ ରହୁଥିବା ନିଜ ବଡ଼ଭଉଣୀଙ୍କ ଘରେ ବିଳମ୍ବିତ ରାତିରେ ସମସ୍ତେ ଶୋଇଯିବା ପରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ଥାନାଧିକାରୀ ଅଜୟ କୁମାର ସ୍ବାଇଁ, ଏସ୍‌ଆଇ ଅନନ୍ତ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ଛାନଭିନ କରିଥିଳେ।   ମୃତ ନାବାଳିକାର ପିତାଙ୍କ ଲିଖିତ ଏତଲା ପରେ  ପୁଲିସ କେସ ନଂ ୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe