କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ବଗାଲି ଗାଁ’ରେ ବିଷ ପିଇ ଯୁବତୀର ଆତ୍ମହତ୍ୟା; କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ : ୨ ମାସରେ ଆଖି ବୁଜିଲେଣି ୧୦, ଅନେକ ଆକ୍ରାନ୍ତ

image source--indiatoday

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ବଗାଲି ଗାଁର ସୁଲୋଚନ କହଁରଙ୍କର ଝିଅ ମାମି(୧୮) ବିଷ ପିଇ ଆତ୍ମହତ୍ୟା କରିଛି। ଗତକାଲି ସଂଧ୍ୟାରେ ମାମି ବିଷ ପିଇ ଦେବା ପରେ ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛାପଡା ଥାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ମାମିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ରାତିରେ ମାମିର ଏଠାରେ ମୃତ୍ୟୁ ହୋଇଯାଇଥିଲା। ମାମି ଆତ୍ମହତ୍ୟା କରିବାର କାରଣ ଜଣା ପଡି ନାହିଁ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe