ଝାଉଁବଣରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଜଣକୁ ଧରିଲେ ଗ୍ରାମବାସୀ, ୩ ଫେରାର୍‌

ଝାଉଁବଣରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ଜଣକୁ ଧରିଲେ ଗ୍ରାମବାସୀ, ୩ ଫେରାର୍‌

www.terraforma.ae

ଚାନ୍ଦବାଲି : ମାମୁ ଘରକୁ ଫେରୁଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ ଟେକି ନେଇ ଝାଉଁବଣରେ ଗଣଦୁଷ୍କର୍ମ କରାଯିବା ଘଟଣା ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଲୋ‌କେ ଧରି ପୁଲିସ ଜିମା ଦେଇଥିବାବେଳେ ତାକୁ ଥାନାରେ ଅଟକ ରଖାଯାଇଛି।

ପୁଲିସ ସୂଚନା ମୁତାବକ, ବାଂଶଡା ଅଞ୍ଚଳର ଜଣେ ଛାତ୍ରୀ ଚାନ୍ଦବାଲିରେ ନିଜ ମାମୁ ଘରେ ରହି ସ୍ଥାନୀୟ କଲେଜରେ ଯୁକ୍ତ ଦୁଇ ପଢ଼ୁଛନ୍ତି। ଗତକାଲି ରାତିରେ ସେ ତାଙ୍କ ମାଉସୀ ପୁଅ ଭାଇ ଏବଂ କିଛି ସାଙ୍ଗଙ୍କ ସହିତ ଚାନ୍ଦବାଲିକୁ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ସରିବାକୁ ଆଉ କିଛି ସମୟ ବାକିଥିବାବେଳେ ତାଙ୍କ ଶରୀର ଅସୁସ୍ଥ ହେବାରୁ ନିଜ ମାଉସୀ ପୁଅ ଭାଇଙ୍କ ସହିତ ସାଇକେଲରେ ମାମୁ ଘରକୁ ଫେରୁଥିଲେ। ଚାନ୍ଦବାଲି କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ୪ ଜଣ ଯୁବକ ତାଙ୍କ ଭାଇଙ୍କୁ ଘେରିଯାଇ ନିସ୍ତୁକ ମାଡ଼ ମାରିଥିଲେ। ଜଣେ ଯୁବକ ତାଙ୍କ ଭାଇଙ୍କୁ କାବୁ କରି ରଖିଥିବାବେଳେ ଅନ୍ୟ ଜଣେ ରାସ୍ତାରେ ଆସୁଥିବା ଲୋକଙ୍କ ଉପରେ ନଜର ରଖିଥିଲା। ଅନ୍ୟ ଦୁଇ ଜଣ ଯୁବକ ଛାତ୍ରୀଙ୍କୁ ନିକଟସ୍ଥ ଝାଉଁବଣକୁ ଟେକି ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଇ ଜଣ ଦୁଷ୍କର୍ମ କରିବା ପରେ ଅନ୍ୟ ଦୁଇ ଜଣଙ୍କୁ ଡାକିଥିଲେ। ତେବେ ଏହି ସମୟରେ ଛାତ୍ରୀ ଜଣକ ଖସିଯାଇ ୧୦୦ ମିଟର ଦୂରରେ ଥିବା ମାମୁ ଘର ଲୋକଙ୍କୁ ଡାକ ପକାଇଥିଲେ। ଛାତ୍ରୀଙ୍କ ପାଟି ଶୁଣି ମାମୁ ଘର ଲୋକେ ଓ କିଛି ଗାଁ ଲୋକ ଦୌଡ଼ି ଆସିବା ଦେଖି ୩ ଜଣ ଯୁବକ ବୁଲେଟ୍‌ରେ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରୁ ଗାଁ ଲୋକେ ସ୍ଥାନୀୟ ଗଦି ଅଞ୍ଚଳର ବିଶ୍ବଜିତ ନାୟକକୁ ଧରିବା ପରେ ତାକୁ ଏକ ଟେଲିଫୋନ ଖୁଣ୍ଟରେ ବାନ୍ଧି ଦେଇଥିଲେ। ବିଶ୍ବଜିତକୁ ଥାନାରେ ଅଟକ ରଖି ପୁଲିସ ଅଭିଯୁକ୍ତମାନଙ୍କ ସଂପର୍କରେ ପଚରାଉଚରା ଚଳାଇଛି। ଏ ସଂପର୍କରେ ପୀଡ଼ିତା ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ କେସ୍‌ ନଂ ୨୭୪/୧୯ରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଚଳାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe