ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ତିହିଡ଼ି ଥାନା ଅନ୍ତର୍ଗତ ତରାଶୁଣୀ ଗାଁରେ ଚାଇନା ବ୍ୟାଟେରିରେ ଖେଳିବା ଦୁଇଜଣ ନାବାଳକଙ୍କ ପାଇଁ କାଳ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ତିହିଡ଼ି ଥାନା ଅନ୍ତର୍ଗତ ତରାଶୁଣୀ ଗାଁର ଦୁଇଜଣ ନାବାଳକ ଗତକାଲି ସନ୍ଧ୍ୟା ସମୟରେ ଏକ ଚାଇନା ଟର୍ଚ୍ଚ ବ୍ୟାଟେରିକୁ ଧରି ଖେଳୁଥିଲେ। କିନ୍ତୁ କୌଣସି କାରଣରୁ ତାହା ଫାଟିଯାଇଥିଲା। ଏହାଦ୍ୱାରା ଉଭୟ ନାବାଳକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାଯାଇଛି। ତାଙ୍କର ୩ଟି ଆଙ୍ଗୁଠି ହାତ ପାପୁଲିରୁ ଛିଣ୍ଡି ଯାଇଥିଲା । ଖାଲି ସେତିକି ନୁହେଁ, ଗୁରୁତର ନାବାଳକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା।
image source-ebay.comଗୁରୁତର ନାବାଳକ ଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଅନ୍ୟ ଛାତ୍ରଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାର ସୂଚନା ମିଳିଛି। ଗୁରୁତର ନାବାଳକଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆହୁରି ମଧ୍ୟ କୁହାଯାଉଛି ଯେ ଏଠାରେ ଚିକିତ୍ସାର ବିଶେଷ ସୁବିଧା ନ ଥିବା ହେତୁ ତାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯିବ ।
Follow Us