ନାବାଳିକା ଅପହରଣକାରୀ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଔପଦା: ନାବାଳିକା ଅପହରଣ ମାମଲାରେ ଔପଦା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେ‌ଲେ ଦୀପୁ ବାଗ (୨୩)। ପୁଲିସ ସୂଚନା ମୁତାବକ, ଗତ ୧୯ ତାରିଖରେ ଗଡ଼ସାହି ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା ହଠାତ୍‌ ଘରୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଗତ ୨୪ ତାରିଖରେ ଏ ନେଇ ଔପଦା ଥାନାରେ ଅଭିଯୋଗ କରିଥିଲେ। କେସ୍ ନଂ ୯୩/୨୦ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିଲା। ଔପଦା ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଗତକାଲି ବରହମପୁର ଥାନା ଆରବନ୍ଧ ପଞ୍ଚାୟତ ଡାହିସାହି ଗାଁ ପାଖରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ଆଜି ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏସଡିଜେମ୍‌ କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe