ନାବାଳିକା ଅପହରଣ ଦୁଷ୍କର୍ମ ମାମଲା: ସାଢ଼େ ୨ମାସ ପରେ ଧରା ପଡ଼ିଲା ଫେରାର ଅଭିଯୁକ୍ତ

ନାବାଳିକା ଅପହରଣ ଦୁଷ୍କର୍ମ ମାମଲା: ସାଢ଼େ ୨ମାସ ପରେ ଧରା ପଡ଼ିଲା ଫେରାର ଅଭିଯୁକ୍ତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଅଞ୍ଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲାରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଫାଲଗୁନୀ ତୁରକକୁ ଲକ୍ଷ୍ମୀପୁର ଅଂଚଳରୁ ପୁଲିସ ଗିରଫ କରିଥିବା କହିଛନ୍ତି ଟାଉନଥାନା ଆଇଆଇସି ସଂଜୟ ମଣ୍ଡଳ। ମିଳିଥିବା ସୂଚନା ମୁତାବକ, ଗତ ଅକ୍ଟୋବର ମାସରେ ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଲକ୍ଷ୍ମୀପୁର ଥାନା ଅଂଚଳର ଅଭିଯୁକ୍ତ ଫାଲଗୁନୀ ତୁରୁକ (୧୯) ଅପହରଣ କରି ନେଇ କି ପଳାଇଥିଲା। ନାବାଳିକାକୁ ଦୁଷ୍କର୍ମ କରିବା ପରେ ଛାଡ଼ି ଫେରାର ହୋଇଯାଇଥିଲା।

ଏ ନେଇ ତାଙ୍କ ପରିବାରବର୍ଗ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲକ୍ଷ୍ମୀପୁରରେ ଚଢ଼ଉ କରି ପିଡ଼ୀତା ନାବାଳିକାଙ୍କୁ ଉଦ୍ଧାର କରି ଆଣିଥିଲା। ନାବାଳିକାକୁ ଡାକ୍ତରୀମାଇନା କରିବା ସହ ତାଙ୍କ ବୟାନ ଅନୁଯାୟୀ ଅଭିଯୁକ୍ତ ଫାଲଗୁନୀଙ୍କ ନାଁରେ ଦୁଷ୍କର୍ମ ମାମଲା ପୁଲିସ ରୁଜୁ କରିଥିଲା। ସାଢ଼େ ୨ମାସ ଫରେ ଫେରାର ଥିବା ଅଭିଯୁକ୍ତ ଫାଲଗୁନୀ ଲକ୍ଷ୍ମୀପୁର ଫେରିଥିବା ସୂଚନା ପୁଲିସ ପାଇଥିଲା। ଟାଉନ ଥାନା ଆଇଆଇସିଙ୍କ ନିର୍ଦେଶରେ ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ମନୀଷା ସାହୁ ଲକ୍ଷ୍ମୀପୁର ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରି ଜୟପୁର ଆଣିଥିଲେ। ଏଠାରେ ଅଭିଯୁକ୍ତ ଫାଲଗୁନୀର ଡାକ୍ତରୀ ମାଇନା ପରେ କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ଅଭିଯୁକ୍ତକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe