ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଵସରପ୍ରାପ୍ତ ସେନା କର୍ମଚାରୀ ଥାନାରେ ଅଟକ

Advertisment
ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଵସରପ୍ରାପ୍ତ ସେନା କର୍ମଚାରୀ ଥାନାରେ ଅଟକ

ନୀଳଗିରି: ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଵସରପ୍ରାପ୍ତ ସେନା କର୍ମଚାରୀ ଥାନାରେ ଅଟକ ଥିବା ଜଣାଯାଇଛି। ଜଣେ ଅଵସରପ୍ରାପ୍ତ ସେନା କର୍ମଚାରୀ ନାବାଳିକାକୁ କଦଳୀ ପଣସ ଓ ସପୁରି ଦେବ କହି ବାଡ଼ିକୁ ଡାକି ଅସଦାଚରଣ କରିଥିବା ନେଇ ନାବାଳିକାର ମା ବରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି।

ସୂଚନା ଅନୁଯାୟୀ ବରମପୁର ଥାନା ଅଞ୍ଚଳରେ ଜଣେ ମହିଳା ତାଙ୍କ ନାବାଳିକା କନ୍ୟା (୧୧)କୁ ପଡୋଶୀ ରାଜକିଶୋର ବେହେରା(୬୨)ଙ୍କ ଘରୁ କଦଳୀ, ପଣସ ଏବଂ ସପୁରି ଆଣିବାକୁ ପଠାଇ ଥିଲେ। ନାବାଳିକାଜଣକ ରାଜକିଶୋରଙ୍କୁ ସପୁରି, ପଣସ ଓ କଦଳୀ ମାଗିବାରୁ ବାଡ଼ିରେ ଅଛି କହି ଡାକି ନେଇ ଅସଦାଚରଣ କରିଥିଲେ। ଘଟଣା ସମ୍ପର୍କରେ ନାବାଳିକା ଜଣକ ମାଙ୍କ ପାଖରେ କହିଥିବା ପରେ ସନ୍ଧ୍ୟାରେ ଗ୍ରାମରେ ଏକ ଗ୍ରାମସଭା ହୋଇଥିଲା। ସଭାରେ କୌଣସି ସମାଧାନ ନ ହେବାରୁ ନାବାଳିକାର ମା ବରମପୁର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe