ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୨ ଲକ୍ଷ ଟଙ୍କା ଜରିମାନା

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଫୁଲବାଣୀ: ଆଜି ଫୁଲବାଣୀ ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ, ୨୦୧୯ ମସିହା ଜାନୁଆରି ୫ ତାରିଖରେ ଟିକାବାଲି ଥାନା ଅଞ୍ଚଳର ଜଣେ ଯୁବକ କରନ୍‌ କୁମାର କହଁର (୨୨) ସେହି ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ଅପହରଣ କରି କେରଳ ନେଇଯାଇଥିଲା। ସେଠାରେ କରନ୍‌ ଉକ୍ତ ନାବାଳିକାକୁ ଏକ ଘରେ ନିଜର ସ୍ତ୍ରୀ ରୂପେ ରଖିଥିଲା। କରନ୍‌ ଏକ ପ୍ଲାଏଉଡ୍‌ କମ୍ପାନିରେ କାମ କରୁଥିଲା। ପୀଡ଼ିତାର ଇଛା ବିରୋଧରେ କରନ୍‌ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲା ଏବଂ ଏହାକୁ ଉକ୍ତ ନାବାଳିକା ବିରୋଧ କରୁଥିଲା। ପୀଡ଼ିତାର ପିତା ଟିକାବାଲି ଥାନାରେ ଏତଲା ଦେବାପରେ ଥାନା ପକ୍ଷରୁ ଏକ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା।

ପୁଲିସ ଅଭିଯୁକ୍ତ ଯୁବକର ପିତାମାତାଙ୍କୁ ଥାନାରେ ଅଟକ ରଖିବାରୁ ଅଭିଯୁକ୍ତ ଯୁବକ କରନ୍‌ ବାଧ୍ୟ ହୋଇ ଗାଁକୁ ଫେରିଥିଲା। ଫଳରେ ପୁଲିସ କରନ୍‌କୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ପିପି ବନମାଳି ବେହେରା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe