ମାମୁଁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ମା’ ଛେଉଣ୍ଡ ୪ବର୍ଷର ନାବାଳିକା

ମାମୁଁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ମା’ ଛେଉଣ୍ଡ ୪ବର୍ଷର ନାବାଳିକା

image source-india today

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନାର ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ ମା’ ଛେଉଣ୍ଡ ୪ବର୍ଷର ନାବାଳିକା ମାମୁଁଙ୍କ ଦ୍ୱାରା ଦୁଷ୍କର୍ମ ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ବ୍ରଜରାଜନଗର ଥାନାରେ ଏହି ଅଭିଯୋଗ ହୋଇଛି। ପୁଲିସି ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁକରି ଅଭିଯୁକ୍ତ ମାମୁଁ ଦୀପକ ବାଦୀ(୨୮)ଙ୍କୁ ଥାନାରେ ଅଟକ ରଖି ଅନୁସନ୍ଧନ କରୁଥିବା ବ୍ରଜରାଜନଗର ଆଇ ଆଇ ସି ନଳିତା ମୋଦି ସୂଚନା ଦେଇଛନ୍ତି।

ପୀଡ଼ିତା ନାବାଳିକାଙ୍କର ଆଜି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରାଯାଇଛି । ପୁଲିସି ସୂତ୍ରରୁ ପ୍ରକାଶ ଯେ, ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଦୀପକ ବାଦୀଙ୍କର ଭଉଣୀ ଝାଡ଼ଖଣ୍ଡରେ ବିବାହ ହୋଇଥିଲା। ପୀଡ଼ିତା ଜନ୍ମ ହେବାର ୧୨ ଦିନ ପରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା।

ଏହାପରେ ପୀଡ଼ିତାଙ୍କର ବାପା ତାଙ୍କୁ ମାମୁଁ ଦୀପକ ଓ ମାଉସୀ ଦୀପା ବାଦୀଙ୍କ ଦାୟିତ୍ୱରେ ଛାଡ଼ି ଦେଇଥିଲେ। ଗତ ୨୦ତାରିଖ ଅପରାହ୍ନରେ ପୀଡ଼ିତା ନିକଟରେ ଥିବା ମାଉସୀ ଦୀପା ବାଦୀଙ୍କ ଘରକୁ ଚା’ ପିଇବାକୁ ଯାଇଥିଲା। ପୂର୍ବଦିନ ମାମୁଁ ଦୀପକ ବାଦୀ ତାଙ୍କ ସହିତ କରିଥିବା ବ୍ୟବହାର ସମ୍ପର୍କରେ କହିବା ସହିତ କାନ୍ଦିଥିଲେ।

ମାଉସୀ ଦୀପା ବାଦୀ ଘଟଣା ସମ୍ପର୍କରେ ଗତକାଲି ବ୍ରଜରାଜନଗର ଥାନା ଆଇ ଆଇ ସି ନଳିତା ମୋଦିଙ୍କୁ ଲିଖିତ ଭାବେ ଜଣାଇବା ପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ। ଚିକିତ୍ସା ପାଇଁ ନାବାଳିକାଙ୍କୁ ପ୍ରଥମେ ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe