Representational image
ରାଉରକେଲା: ଲାଠିକଟା ସୁଇଡିହି ପଞ୍ଚାୟତ ଅନ୍ତର୍ଗତ ନୟାଡେରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଧମକଚମକ ଦେଇ ବହୁବାର ଦୁଷ୍କର୍ମ କରିଥିବାରୁ ନାବାଳିକା ଜଣକ ଅନ୍ତଃସତ୍ବା ଥିବା ଜଣାପଡିଛି। ଘଟଣା ପ୍ରଘଟ ହେବାପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି। ପୀଡିତା ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ଟାଙ୍ଗରପାଲି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତୁରନ୍ତ ଅଭିଯୁକ୍ତ ଗିରଫ କରିବା ସହିତ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସୁଇଡିହି ପଞ୍ଚାୟତ ସରପଞ୍ଚ ବିନୋଦ କେର୍କେଟା ଦାବି କରିଛନ୍ତି।
ମିଳିଥିବା ସୂଚନା ମୁତାବକ ନାବାଳିକାଙ୍କ ଘର ନିକଟରେ ଜୁଝାର ମାଝି (୫୫) ରହନ୍ତି। ଜୁଝାର ପ୍ରତ୍ୟେକ ଦିନ ମାଛ ଜାଲ ବୁଣିବାକୁ ନାବାଳିକାଙ୍କ ଘରକୁ ଯାଇଥାନ୍ତି। ଗତ ୧୧ ତାରିଖରେ ନାବାଳିକା ଝିଅ କାମ କରିବାକୁ ବାହାରକୁ ଯାଇଥିଲେ। ଘରେ କେହି ନଥିବା ସୁଯୋଗ ନେଇ ଜୁଝାର ନାବାଳିକାକୁ ଜୋରଜବରଦସ୍ତ ଛୁରି ଦେଖାଇ ଦୁଷ୍କର୍ମ କରିଥିଲେ। କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ। ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଦେଖି ପରିବାର ଲୋକ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷାରୁ ନାବାଳିକା ୮ ମାସର ଗର୍ଭବତୀ ଥିବା ଜଣାପଡିଥିଲା।
Follow Us