Image Courtesy of Republic World
ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଇଲାକାରେ ଜଣେ ନାବାଳିକା (୧୭)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ଓ ଗର୍ଭବତୀ କରାଇବା ଏବଂ ପରେ ପ୍ରତାରଣା ଦେବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଥିରେ ସଂପୃକ୍ତ କର୍ଣ୍ଣିଏଲ୍ ଦଳବେହେରା ନାମକ ଜଣେ ଯୁବକ ନାମରେ ଥାନାରେ କେସ୍ ନମ୍ବର ୧୮୩ ଅନୁସାରେ ଏକ ମାମଲା ରୁଜୁ ହୋଇଛି। କର୍ଣ୍ଣିଏଲ୍ (୨୭) ନିଜକୁ ଅବିବାହିତ ବୋଲି ପରିଚୟ ଦେଇ ଉକ୍ତ ନାବାଳିକାଙ୍କ ସହ ପ୍ରେମ ସଂପର୍କ ରଖିବା ସହ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ପରେ ସେ ଗର୍ଭବତୀ ବୋଲି ଜାଣିବା ପରେ କର୍ଣ୍ଣିଏଲ୍ ଆଉ ଧରାଛୁଆଁ ଦେଇ ନଥିଲା। ଘଟଣା ବିଷୟରେ କାହାକୁ ଜଣାଇଲେ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା।
ତେବେ ନାବାଳିକାଙ୍କ ପରିବାର ଏହା ଜାଣିବା ପରେ କୁଳସମାଜକୁ ଲିଖିତ ଭାବେ ଜଣାଇଥିଲେ। ଉଭୟ ପକ୍ଷ ଉପସ୍ଥିତିରେ ଆଲୋଚନା ପରେ ନାବାଳିକାଙ୍କ ଚିକିତ୍ସା ଏବ˚ ବିଭିନ୍ନ ଖର୍ଚ୍ଚ ପାଇଁ କର୍ଣ୍ଣିଏଲ୍ ୧ ଲକ୍ଷ ୫୦ ହଜାର ଟଙ୍କା ଦେବ ବୋଲି ନିଷ୍ପତ୍ତି ଶୁଣାଯାଇଥିଲା। ହେଲେ କର୍ଣ୍ଣିଏଲ କୁଳସମାଜର ନିଷ୍ପତ୍ତିକୁ ନମାନିବାରୁ ନାବାଳିକାଙ୍କ ପରିବାର ନ୍ୟାୟ ପାଇଁ ମୋହନା ଥାନାରେ ଦ୍ବାରସ୍ଥ ହୋଇଥିଲେ। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ କର୍ଣ୍ଣିଏଲ୍ ବିବାହିତ ଓ ୪ ସନ୍ତାନର ବାପା ବୋଲି ଜଣାପଡ଼ିଛି। ନାବାଳିକାଜଣକ ଏବେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତଦନ୍ତ ଜାରି ରହିଥିବା ବେଳେ ଏସ୍ଆଇ ପ୍ରତାପ ଚନ୍ଦ୍ର ବେହେରା ତଦନ୍ତ ଭାର ଦିଆଯାଇଛି।
Follow Us