କୁରକୁରେ କିଣିଦେବି କହି ୫ ବର୍ଷର ଶିଶୁକନ୍ୟାକୁ ଡାକି ନେଲା ଯୁବକ, ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ

Advertisment
କୁରକୁରେ କିଣିଦେବି କହି ୫ ବର୍ଷର ଶିଶୁକନ୍ୟାକୁ ଡାକି ନେଲା ଯୁବକ, ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗିରଫ

Image Courtesy of India Today

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଉଦ୍ୟମ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ଟୀକାଧର ଗୌଡ଼ (୨୦)।

ପୁଲିସ ସୂଚନା ମୁତାବକ ଗତକାଲି ମଧ୍ୟାହ୍ନରେ ଟୀକାଧର ଗୌଡ଼ ନାମକ ‌ଜଣେ ଯୁବକ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ଜଣେ ପାଞ୍ଚ ବର୍ଷୀୟା ଶିଶୁକନ୍ୟାକୁ କୁରକୁରେ କିଣିଦେବାର ପ୍ରଲୋଭନ ଦେଖାଇ ନିଜ ଘରକୁ ଡାକି ନେଇଥିଲା। ଘର ଭିତରେ ପାଞ୍ଚ ବର୍ଷର ଝିଅ ସହ ଅପ୍ରାକୃତିକ ଯୌନ କ୍ରିୟା କରି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ଏହାପରେ ଝିଅଟି ଘରକୁ ଆସି ସବୁକଥା ନିଜ ମା’ଙ୍କୁ ଜଣେଇଥିଲା।

ପୀଡିତାର ମା’ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଅଭିଯୁକ୍ତକୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଆଜି ଅଭିଯୁକ୍ତର ଡାକ୍ତରୀମାଇନା ସମ୍ପନ୍ନ ହୋଇଥିବା ବେଳେ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ନବରଙ୍ଗପୁର ପଠାଯାଇଥିବା ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସଆଇ ସସ୍ମିତା ପୂଜାରୀ ମାମଲାର ତଦନ୍ତ କରୁଛନ୍ତି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କାରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe