ୱକଫ୍ ବିରୋଧରେ ସଂଖ୍ୟାଲଘୁଙ୍କ ମେଳି: ସାମିଲ ହେଲେ ବିଜେଡି ସଂଖ୍ୟାଲଘୁ ନେତା

ସଂ‌ଶୋଧିତ ୱକଫ୍‌ ବିଲ୍‌କୁ ବ‌ିରୋଧ କରି କଟକରେ ସଂଖ୍ୟାଲଘୁଙ୍କ ବଡ଼ଧରଣର ମେଳି ହୋଇଛି।  ସଂଖ୍ୟାଲଘୁ ସଂପ୍ରଦାୟର ବହୁ ବିଜେଡି ନେତା ‌ଏହାର ନେତୃତ୍ବ ନେଉଥିବା ବେଳେ ଆଗାମୀ ଦିନରେ ସରକାର ବି‌ରୋଧୀ ଆନ୍ଦୋଳନ....

gffgbvbv

କଟକ: ସଂ‌ଶୋଧିତ ୱକଫ୍‌ ବିଲ୍‌କୁ ବ‌ିରୋଧ କରି କଟକରେ ସଂଖ୍ୟାଲଘୁଙ୍କ ବଡ଼ଧରଣର ମେଳି ହୋଇଛି।  ସଂଖ୍ୟାଲଘୁ ସଂପ୍ରଦାୟର ବହୁ ବିଜେଡି ନେତା ‌ଏହାର ନେତୃତ୍ବ ନେଉଥିବା ବେଳେ ଆଗାମୀ ଦିନରେ ସରକାର ବି‌ରୋଧୀ ଆନ୍ଦୋଳନ, ବିକ୍ଷୋଭ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି। ଆଜିର ମେଳିରେ କଟକ ସହର, ଜଗତସିଂହପୁର,‌ କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ମୁସଲମାନଙ୍କ ସମେତ କିଛି ଖ୍ରୀଷ୍ଟିୟାନ ଓ ଶିଖ୍ ପ୍ରତିନିଧି ସାମିଲ ହୋଇଛନ୍ତି। ସେହିପରି ଆଗକୁ ରାଜ୍ୟ ବିଜୁ ଜନତା ଦଳ ଯଦି ୱକଫ୍‌ ସମ୍ପର୍କରେ ତାର ମତ ସ୍ପଷ୍ଟ ନ କରେ, ତେବେ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟ ଆଗାମୀ ଦିନରେ ବିଜେଡିକୁ ସମର୍ଥନ କରିବେ କି ନାହିଁ, ସେ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହୋଇଛି।

ସାମିଲ ହେଲେ ବିଜେଡି ସଂଖ୍ୟାଲଘୁ ନେତା
୧୯ରେ ଏସ୍‌ପି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ
ରାଷ୍ଟ୍ରପତି, ପ୍ରଧାନ ବିଚାରପତିଙ୍କୁ ଦାବିପତ୍ର

ସଂଶୋଧିତ ୱକଫ୍ ଆଇନକୁ ନେଇ ସାରା ଦେଶରେ ମୁସଲମାନ ସଂପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ କଟକ ସହରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ରାଜ୍ୟ ସଂଖ୍ୟାଲଘୁ ସଂଘ ସଭାପତି ଡକ୍ଟର ସମ୍ମି ସଲ୍ଲିମଙ୍କ ନେତୃତ୍ବରେ ବାରବାଟୀ ଦୁର୍ଗସ୍ଥିତ ବାବା ବୁଖାରୀ ପୀଠରେ ଶତାଧିକ ମୁସଲମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ କଟକ ସହରର ସଂଖ୍ୟାଲଘୁ ସଂପ୍ରଦାର ମୁରବି, ବିଭିନ୍ନ ମସ୍‌ଜିଦ୍ କମିଟି କର୍ମକର୍ତ୍ତା, ମହଲା କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ବିଜେଡି ସଂଖ୍ୟାଲଘୁ ନେତା ଅଂଶଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା, ଜଗତସିଂହପୁର ମୁସଲିମ୍ ନେତାଙ୍କ ସମେତ ଶିଖ୍ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ପ୍ରତିନିଧି ଉପସ୍ଥିତ ଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ସଂଶୋଧିତ ୱକଫ୍‌ ବିଲ୍‌ ବିଷୟରେ ଆଲୋଚନା କରାଯିବା ସହ ଏଥିରେ ଇସ୍‌ଲାମ ବିରୋଧୀ ପ୍ରସଙ୍ଗକୁ ଦୃଢ଼ ବିରୋଧ କରାଯାଇଥିଲା। ଆସନ୍ତା ୧୯ତାରିଖ ଶନିବାର ପୂର୍ବାହ୍‌ଣରେ କଟକ ସହରର ମୁସଲିମ୍‌ମାନେ କଚେରୀଗଡ଼ାସ୍ଥିତ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିବା ସହିତ ‌ସେଠାରୁ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ‌ିକ୍ଷୋଭ ପ୍ରଦର୍ଶନ କରିବେ।

ରାଷ୍ଟ୍ରପତି ଓ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବିଚାରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଭାରତର ଧର୍ମ ନିରପେକ୍ଷତାର ସୁରକ୍ଷା ଓ ବିବାଦୀୟ ୱକଫ୍ ଆଇନ ପ୍ରତ୍ୟାହାର କରିବାକୁ ଦାବି କରାଯିବ ବୋଲି କହିଛନ୍ତି ୱକଫ୍ ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ସୟଦ ଏକ୍ରାମ୍ ହୁସେନ। ଆଜିର ବୈଠକରେ ପୂର୍ବତନ କର୍ପୋରେଟର ରମଜାନ ଖାନ, ମୁମନ୍ତାକିମ୍ ବକ୍ସ, ମୌଲାନା ନୈସାଦ୍ ଆଲ୍ଲାମ, ଆଇନଜୀବୀ ଫିରୋଜ ଖାନ, ଅଲିସାବଜାର ମସ୍‌ଜିଦ୍ କମିଟି ସଂପାଦକ ମହମ୍ମଦ ମୋକିମ୍, କଦମରସୁଲ ନୌଜୱାନ୍‌ କମିଟିର ଜଗତସିଂହପୁର ପ୍ରତିନିଧି ମୀର୍ଜା ମେହବୁବ୍ ବେଗ୍, କେନ୍ଦ୍ରାପଡ଼ାର ପ୍ରତିନିଧି କଲିମ୍ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe