ଉପଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର: ଆରଏମ୍‌ସି ହିସାବ ନିରୀକ୍ଷକ ନିଲମ୍ବିତ

Advertisment
ଉପଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର: ଆରଏମ୍‌ସି ହିସାବ ନିରୀକ୍ଷକ ନିଲମ୍ବିତ

YouTube

ଆନନ୍ଦପୁର: ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଆନନ୍ଦପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ବରିଷ୍ଠ ଆକାଉଣ୍ଟାଣ୍ଟ ଜଳଧର ସିଂହ ନିଲମ୍ବିତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆର୍‌ଏମ୍‌ସି କର୍ମଚାରୀଙ୍କ ନାମରେ ଶ୍ରୀ ସିଂହ ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ରାଜ୍ୟ କୃଷି ବିପଣନ ପରିଷଦ, ଭୁବନେଶ୍ବରଙ୍କ ନିର୍ଦେଶକ୍ରମେ ଆର୍‌ଏମ୍‌ସି ଅଧ୍ୟକ୍ଷ ଥିବା ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଆଜି ଅପରାହ୍‌ଣ ୪ଟାବେଳେ ତଦନ୍ତ କରିବାକୁ ଶାଳପଡ଼ାଠାରେ ଥିବା କାର୍ଯ୍ୟାଳୟକୁ ଯାଇଥିଲେ। ତଦନ୍ତ ସମୟରେ ଜଳଧରଙ୍କୁ ସେ ଘଟଣା ସମ୍ପର୍କରେ ପଚାରିଥିଲେ। ଜଳଧର ଉପଜିଲ୍ଲାପାଳଙ୍କୁ ଗାଳିଗୁଲଜ କରିଥିବା ନେଇ ଖୋଦ୍ ଉପଜିଲ୍ଲାପାଳ କହିଛନ୍ତି। ଚିଠି ନମ୍ବର ୭୦୮/୧.୧୨.୨୨ ଅନୁସାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆର୍‌ଏମ୍‌ସି କାର୍ଯ୍ୟାଳୟର ବାଇଧର ସାଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe