ମହିଳାଙ୍କୁ ଅସଦାଚରଣ; ଅଭିଯୁକ୍ତକୁ ବର୍ଷେ ଜେଲ୍‌

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଚମ୍ପୁଆ: ମହିଳାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ‌୍ ଦଣ୍ଡ ସହିତ ୫୦୦ ଟଙ୍କା ଜରିମାନା କରାଯାଇଛି। ଚମ୍ପୁଆ ଥାନା ଅଧୀନ ବଡ଼ନଈ ଗ୍ରାମରେ ୨୦୧୫ ନଭେମ୍ବରରେ ଖେଳ ଦେଖିବାକୁ ଯାଇଥିବା ବେଳେ ସେହି ଗ୍ରାମର ହୃଦାନନ୍ଦ ନାୟକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲା।

ଏନେଇ ମହିଳା ଜଣଙ୍କ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୧୨୭/୧୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା। ଏହି ମାମଲାର ବିଚାର କରି ଚମ୍ପୁଆର ଜେଏମ୍ଏଫ୍‌ସି ତାରିଣୀ ପ୍ରସାଦ ସାହୁ ଅଭିଯୁକ୍ତ ହୃଦାନନ୍ଦକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦା‌ୟ ଅଧିକ ୧ ମାସ ଜେଲ୍‌ ବୋଲି ସରକାରୀ ଓକିଲ ରଘୁ ମହାକୁଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe