ମହିଳାଙ୍କୁ ଅଶାଳୀନ ବ୍ୟବହାର: ଛେଚା ଖାଇଲେ ଅଟୋ ଚାଳକ

ମହିଳାଙ୍କୁ ଅଶାଳୀନ ବ୍ୟବହାର: ଛେଚା ଖାଇଲେ ଅଟୋ ଚାଳକ

NewsClick

ଯୋଡ଼ା: ବାମେବାରୀ ଥାନା ଅନ୍ତର୍ଗତ ଜରୁଡ଼ି ଛକଠାରେ ଗତକାଲି ସନ୍ଧ୍ୟାରେ କିଛି  ମହିଳାଙ୍କୁ  ଜଣେ ଅଟୋ ଡ୍ରାଇଭର ଅଶାଳୀନ ବ୍ୟବହାର  କରିବା ମହଙ୍ଗା ପଡ଼ିଛି। ଘଟଣା  ପରେ ସ୍ଥାନୀୟ ଯୁବକମାନେ ଅଟୋ ଡ୍ରାଇଭରକୁ ନିର୍ଧୁମ ଛେଚିଛନ୍ତି। ସୂଚନା ଅନୁଯାୟୀ,  ଗତକାଲି  ସନ୍ଧ୍ୟାରେ ଜୁରୁଡି ହାଟପଦା ନିକଟରେ  ରହୁଥିବା କିଛି ମହିଳା କମଳପୁର ଗ୍ରାମକୁ ଯାଇ ସେଠାରୁ ଫେରୁଥିଲେ।

ଆସିବା ବାଟରେ ଜଣେ ଅଟୋ ଡ୍ରାଇଭର ତାଙ୍କ ଗାଡ଼ିରେ  ମହିଳାମାନଙ୍କୁ ଲିଫ୍ଟ ଦେଇଥିଲେ। ତେବେ ଗାଡ଼ି ଭିତରେ ସେ ମହିଳାମାନଙ୍କୁ ଟଣାଓଟରା କରି ଅଶାଳୀନ ବ୍ୟବହାର କରିଥିଲେ। ମହିଳାମାନେ ଜୁରୁଡି ଛକରେ ଓହ୍ଲାଇବା ପରେ ସ୍ଥାନୀୟ ଯୁବକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ସ୍ଥାନୀୟ କିଛି ଯୁବକ ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ଡ୍ରାଇଭରକୁ ପ୍ରବଳ  ମାଡ଼ ମାରିଥିଲେ। ଏ ସମ୍ପର୍କରେ ବାମେବାରୀ ପୁଲିସକୁ ପଚାରିବାରୁ ଏ ନେଇ କୌଣସି ଅଭିଯୋଗ ହୋଇ ନଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe