ପୁଲିସ୍‌ ଉପସ୍ଥିତିରେ ମହିଳାଙ୍କୁ ଟଣାଓଟରା

Advertisment
ପୁଲିସ୍‌ ଉପସ୍ଥିତିରେ ମହିଳାଙ୍କୁ ଟଣାଓଟରା

Khabar Odisha

ଜଳେଶ୍ବର: କୋର୍ଟଙ୍କ ନିର୍ଦ୍ଦେଶରେ ଯୌତୁକ ସାମଗ୍ରୀ ଉଦ୍ଧାର ପାଇଁ ଶାଶୂଘରକୁ ଯାଇଥିବା ଜଣେ ମହିଳାଙ୍କୁ ପୁଲିସ ଉପସ୍ଥିତିରେ ତାଙ୍କ ସ୍ବାମୀ ଓ ତାଙ୍କ ନିକଟ ସମ୍ପର୍କୀୟମାନେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଜଳେଶ୍ବର ଏସ୍‌ଡିପିଓଙ୍କ ଠାରେ ଅଭିଯୋଗ ହୋଇଛି।

ବସ୍ତା ଥାନା ଚାଲନ୍ତି ଗ୍ରାମର ଧୀରେନ୍ଦ୍ର ଜେନାଙ୍କ ପତ୍ନୀ ମାନସୀଙ୍କ ଅଭିଯୋଗ ଅନୁଯାୟୀ ସେ ଶାଶୂଘର ଲୋକଙ୍କ ଶାରୀରିକ ଓ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ୫ବର୍ଷ ହେବ ତାଙ୍କ ବାପ ଘରେ ରହୁଛନ୍ତି। ଏ ନେଇ ଏକ ଛାଡ଼ପତ୍ର ମାମଲା ମଧ୍ୟ ଜଳେଶ୍ବର କୋର୍ଟରେ ବିଚାରାଧୀନ ରହିଛି। ତେବେ କୋର୍ଟଙ୍କ ଆଦେଶ ବଳରେ ଜଳେଶ୍ବର ଥାନା ଅଧୀନସ୍ଥ ନାମ୍ପୋ ଫାଣ୍ଡି ପୁଲିସ ଗତ ୨୫ ତାରିଖରେ ସମସ୍ତ ଯୌତୁକ ସାମଗ୍ରୀ ଫେରାଇ ଆଣିବାକୁ ଧୀରେନ୍ଦ୍ରଙ୍କ ଘରକୁ ଯାଇଥିଲେ। ପୁଲିସ ସହ ନାମ୍ପୋ ଗାଁର କିଛି ଭଦ୍ରବ୍ୟକ୍ତି, ମାନସୀ ଓ ତାଙ୍କ ଦୁଇ ପୁଅ ମଧ୍ୟ ଯାଇଥିଲେ। ତେବେ ମାନସୀଙ୍କୁ ଦେଖିବା ମାତ୍ରେ ସ୍ବାମୀ ଓ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ମାନସୀଙ୍କ ପୁଅ ମା’ଙ୍କ ପ୍ରତି ଏପରି ବ୍ୟବହାରକୁ ବିରୋଧ କରିବାରୁ ସ୍ବାମୀ ଓ ଅନ୍ୟମାନେ ପୁଅର ତଣ୍ଟି ଚିପି ଧରି ମାରି ଦେବାକୁ ଉଦ୍ୟମ କରିଥିଲେ। ଗାଁର ଭଦ୍ରବ୍ୟକ୍ତିଙ୍କୁ ମଧ୍ୟ ସେମାନେ ଅପମାନିତ କରିବାକୁ ପଛାଇ ନଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ଏହି ସମୟରେ ନାମ୍ପୋ ଫାଣ୍ଡି ପୁଲିସ ସେହି ସ୍ଥାନରେ ଉପସ୍ଥିତ ଥିଲେ ପୁଲିସ କେବଳ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା। ନାମ୍ପୋ ଫାଣ୍ଡି ପୁଲିସ ବସ୍ତା ଥାନା ପୁଲିସର ସହାୟତା ନେଇଥିଲେ ଏପରି ଘଟଣା ଘଟି ନଥାନ୍ତା ଓ ଏହି ଅସ୍ବାଭାବିକ ପରିସ୍ଥିତି ପାଇଁ ନାମ୍ପୋ ଫାଣ୍ଡି ଏଏସଆଇ ଦାୟୀ। ତେଣୁ ତାଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମାନସୀ ଜଳେଶ୍ବର ଏସଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗପତ୍ରରେ ଦାବି କରିଛନ୍ତି। ଅଭିଯୋଗର ନକଲ ବାଲେଶ୍ବର ଏସପି ଓ ଜଳେଶ୍ବର ଆଇଆଇସିଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe