‘ଭିସୁଟ୍‌’ରେ ଅସଦାଚରଣ କଳଙ୍କ

Advertisment

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଅସଦାଚରଣ ଅଭିଯୋଗର କଳଙ୍କ ଛିଟା। ୬ ମାସ ମଧ୍ୟରେ ଦୁଇ ଜଣ ପ୍ରାଧ୍ୟାପକଙ୍କ ବିରୋଧରେ ପୃଥକ ଭାବରେ ପ୍ରାଧ୍ୟାପିକା ଏବଂ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଅସଦାଚରଣ ଅଭିଯୋଗର କଳଙ୍କ ଛିଟା। ୬ ମାସ ମଧ୍ୟରେ ଦୁଇ ଜଣ ପ୍ରାଧ୍ୟାପକଙ୍କ ବିରୋଧରେ ପୃଥକ ଭାବରେ ପ୍ରାଧ୍ୟାପିକା ଏବଂ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

vssut

ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଅସଦାଚରଣ ଅଭିଯୋଗର କଳଙ୍କ ଛିଟା। ୬ ମାସ ମଧ୍ୟରେ ଦୁଇ ଜଣ ପ୍ରାଧ୍ୟାପକଙ୍କ ବିରୋଧରେ ପୃଥକ ଭାବରେ ପ୍ରାଧ୍ୟାପିକା ଏବଂ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଅନ୍ତରୀଣ କମିଟି ରିପୋର୍ଟ ଦାଖଲ କରିଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। 

କିଛି ମାସ ପୂର୍ବରୁ ହୋଇଥିବା ପ୍ରାଧ୍ୟାପିକାଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ଜଣେ ବରିଷ୍ଠ ପ୍ରାଧ୍ୟାପକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଅନ୍ତରୀଣ କମିଟି। କମିଟିର ସୁପାରିସ ଅନୁସାରେ, ନିଯୁକ୍ତ ଯାଞ୍ଚ ଅଧିକାରୀ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରି ସାରିଥିବା ବେଳେ ଅଭିଯୁକ୍ତ ପ୍ରାଧ୍ୟାପକ ମଧ୍ୟ କାରଣଦର୍ଶାଅ ନୋଟିସର ଜବାବ ଦେଇ ସାରିଛନ୍ତି। ଏହା ସତ୍ତ୍ବେ ଅଭିଯୁକ୍ତ ପ୍ରାଧ୍ୟାପକଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ସଂପର୍କରେ ‘ଭିସୁଟ୍’ କୁଳସଚିବ ପ୍ରଦୀପ ଡାଙ୍ଗ କହିଛନ୍ତି, ପ୍ରାଧ୍ୟାପକଙ୍କ ବିରୋଧରେ ସମସ୍ତ ତଦନ୍ତ ପ୍ରକ୍ରିୟା ସରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟ ନେବ। ଏ ବାବଦରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁଳସଚିବ କହିଥିଲେ ମଧ୍ୟ ପରବର୍ତ୍ତୀ ବୈଠକ କେବେ ହେବ, ସେ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଛାତ୍ରୀଙ୍କ ଅଭିଯୋଗ ଉପରେ କୁଳସଚିବ କହିଛନ୍ତି, ଗତ ସପ୍ତାହରେ କିଛି ଛାତ୍ରୀ ସମୂହ ଆଉ ଏକ ବିଭାଗର ଜଣେ ଫାକଲଟିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ।

ଏହାକୁ ନେଇ କମିଟି ତଦନ୍ତ ଆରମ୍ଭ କରିଥିଲା। ବୟାନ ସଂଗ୍ରହ ପାଇଁ ଅଭିଯୋଗକାରୀ ଛାତ୍ରୀମାନଙ୍କୁ ଡକାଯାଇଥିଲା। କିନ୍ତୁ ଛାତ୍ରୀମାନେ ଏଭଳି କୌଣସି ଅଭିଯୋଗ କରିନଥିବା କମିଟିକୁ ଜଣାଇଥିଲେ। ବରଂ କିଏ ସେମାନଙ୍କ ନାମରେ ମିଛ ଅଭିଯୋଗ କରିଥିଲେ, ସେ ସଂକ୍ରାନ୍ତରେ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିଥିଲେ। ତେବେ ‘ସମ୍ବାଦ’କୁ ମିଳିଥିବା ଅଭିଯୋଗ ଅନୁସାରେ, ‘ଭିସୁଟ୍‌’ର ନିର୍ଦ୍ଦିଷ୍ଟ ବିଭାଗର ଜଣେ ଫାକଲଟି ବିଭିନ୍ନ ବର୍ଷର ଛାତ୍ରୀମାନଙ୍କ ପ୍ରତି ଅସଦାଚରଣ କରି ଆସୁଛନ୍ତି। ଏହାକୁ ନେଇ ଅଭିଯୋଗ କରାଗଲେ, ଛାତ୍ରୀମାନଙ୍କ ଏକାଡେମିକ୍‌ କ୍ୟାରିୟର ଖରାପ କରି ଦିଆଯିବ ଓ ନମ୍ବର କାଟି ଦିଆଯିବ ବୋଲି କୁଆଡ଼େ ଧମକ ମିଳୁଛି। କୁଳସଚିବ କହିଛନ୍ତି, ‘ଭିସୁଟ୍‌’ରେ ଅସଦାଚରଣ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ, ନିରପେକ୍ଷ ତଦନ୍ତ ହୋଇଥାଏ। ଅଭିଯୋଗକାରୀ ଛାତ୍ରୀଙ୍କୁ କୌଣସି ପ୍ରକାର ଧମକ ଦିଆଯାଏନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe