ଓଡ଼ିଆ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

Advertisment
ଓଡ଼ିଆ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

କଟକ: ଓଡ଼ିଆ ସିନେମା ଶିଳ୍ପର ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ ବେଙ୍ଗାଲୁରୁରେ ଦୁଷ୍କର୍ମ ଉଦ୍ୟମ କରାଯାଇଛି। କଟକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ନିକଟରେ ରହୁଥିବା ଏହି ଅଭିନେତ୍ରୀ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ମାଲଗୋଦାମ ଥାନା ଅନ୍ତର୍ଗତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଓଡ଼ିଆ ଅଭିନେତ୍ରୀ ମଡେଲିଂ କରିବା ସହିତ ଦୀର୍ଘ ଦିନ ହେବ ଅଭିନୟ ଦୁନିଆ ସହିତ ଯୋଡ଼ି ହୋଇ ରହିଛନ୍ତି। ତାଙ୍କ ସହିତ ଚାଉଳିଆଗଞ୍ଜ ଅଞ୍ଚଳରେ ରହୁଥିବା ଇଣ୍ଡେଲା ଚୈତନ ଓମକାର୍ ଯାଦବ(୨୮) ସମ୍ପର୍କ ଯୋଡ଼ିଥିଲେ।

ବେଙ୍ଗାଲୁରୁରେ ଉଭୟ ଲିଭ୍-ଇନ୍‌ ସଂପର୍କରେ ରହୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଅଲଗା ହୋଇଯାଇଥିଲେ। ଅଭିନେତ୍ରୀ ଜଣକ ବେଙ୍ଗାଲୁରୁରେ ଏକ ହଷ୍ଟେଲରେ ରହୁଥିଲେ। ଗଲା ଜୁନରେ ଇଣ୍ଡେଲ୍ ସମ୍ପୃକ୍ତ ଅଭିନେତ୍ରୀଙ୍କ ହଷ୍ଟେଲକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିବା ୨୨ ତାରିଖରେ ବେଙ୍ଗାଲୁରୁର ଏଚଏଏଲ୍ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ସେଠାକାର ପୁଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଏଭଳି ପରିସ୍ଥିତିରେ ମହିଳା ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଆଇସିପିର ଧାରା ୩୭୬, ୫୧୧, ୩୮୫, ୫୦୬ରେ ଏକ ମାମଲାରୁଜୁ କରିଛି। ଜୁଲାଇ ୧ରୁ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ପୂର୍ବରୁ ଏହି ଘଟଣା ଘଟିଥିବାରୁ ଆଇପିସିରେ ମାମଲା ରୁଜୁ କରିଥିବା ମହିଳା ଥାନା ଆଇଆଇସି ଭାଗ୍ୟଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe