Public Policy Institute of California
ଚିକିଟି : କେ.ନୂଆଗାଁ ଥାନା ଇଲାକାର ଜଣେ ନାବାଳିକାଙ୍କୁ ରୋଜଗାରର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଜଣକ ହେଉଛି, କବିସୂର୍ଯ୍ୟନଗର ଥାନା ଇଲାକାର କାଳିଆ ବିଶ୍ବାଳ। ଏ ନେଇ କେସ୍ ନମ୍ବର ୧୭ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ନାବାଳିକା ଜଣକ ଭାରତଲୀଳା ଲୋକନୃତ୍ୟରେ କଳାକାର ଭାବେ ଅଭିନୟ କରୁଥିଲେ। ଏହି ସମୟରେ ସେ କାଳିଆର ସଂସ୍ପର୍ଶରେ ଆସିଥିଲେ। ଦଣ୍ତନାଚରେ ନାଚିଲେ ମାସକୁ ୫ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇ କାଳିଆ ତାଙ୍କୁ ନେଇ ଆସିକା ଥାନା ଅଧୀନ ଏକ ଗାଁରେ ଭଡ଼ା ଘରେ ରଖିଥିଲା। ନଜରବନ୍ଦୀ ରଖି ଦୁଷ୍କର୍ମ କରୁଥିଲା। କିଛି ଦିନ ତଳେ କାଳିଆ ତା’ର ସଂପର୍କୀୟ ଘରକୁ ଯାଇଥିବା ବେଳେ ନାବାଳିକା ଜଣକ ଖସି ଆସିଥିଲେ। ଆଉ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି କାଳିଆକୁ ଗିରଫ କରିଛି।
Follow Us