ଲାଠୋର: କର୍ମକ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ସୁରକ୍ଷା ପାଇଁ କଡ଼ାକଡ଼ି ଆଇନ କାନୁନ ରହିଥିବା ବେଳେ ଆଇନ କାନୁନକୁ ଲୋକେ ଖାତିର ନକରି କର୍ମଜୀବୀ ମହିଳାମାନଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ଘଟଣାମାନ ପଦାକୁ ଧୀରେ ଧୀରେ ଆସିବାରେ ଲାଗିଛି। ଏହିପରି ଏକ ଘଟଣାର ଶିକାର ହୋଇଛନ୍ତି ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଟଙ୍କପାଣି ଅଞ୍ଚଳରେ କାର୍ଯ୍ୟରତ ଜଣେ ଶିକ୍ଷୟତ୍ରୀ।

Advertisment

ପୀଡ଼ିତା ଏ ନେଇ  ଅସଦାଚରଣ କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ ଖପ୍ରାଖୋଲ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିବା ଜଣାପଡିଛି। ବିଭାଗ ପକ୍ଷରୁ ତଦନ୍ତ ପାଇଁ ଏକ କମିଟି ଗଠନ କରି ଦୁଇ ଚାରି ଜଣ ତଳିଆ କର୍ମଚାରୀଙ୍କୁ ପଠାଇ ତଦନ୍ତ କରିଥିବା ମଧ୍ୟ ସୂତ୍ରରୁ ଜଣାପଡିଛି । ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ନ ନେଇ ଦିନ ଗଡ଼େଇ ଦେଉ ଥିବାରୁ   ପୀଡ଼ିତା ମାନସିକ ଚାପରେ ରହିଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଟଙ୍କପାଣି କ୍ଲଷ୍ଟର ଅଞ୍ଚଲରେ ଥିବା ଏକ ବିଦ୍ୟାଳୟରେ ବାହାର ଜିଲ୍ଲାରୁ ଆସି ଜଣେ ମହିଳା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି। ସେହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଗଲେ ବାଗ  ଦୀର୍ଘ ଦିନରୁ ଶିକ୍ଷୟତ୍ରୀଙ୍କୁ ଅସଦାଚରଣ କରି ଆସୁଥିବା ନେଇ ସଂପୃକ୍ତ ଶିକ୍ଷୟତ୍ରୀ ବିଇଓଙ୍କ କା୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଶିକ୍ଷକ ଜଣକ ପ୍ରେମ ନିବେଦନ କରି ଥିଲେ ଏଥିରେ ଶିକ୍ଷୟତ୍ରୀ ରାଜି ନହେବାରୁ ନାନା ପ୍ରକାର ହଇରାଣ ହରକତ କରୁଥିବା ନେଇ  ଶିକ୍ଷୟତ୍ରୀ ବାଧ୍ୟ ହୋଇ ଗତ ୨୧ ଜୁଲାଇ ୨୦୨୫ ତାରିଖ ଦିନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ।

ଅଧିକ ପଢ଼ନ୍ତୁ: ହାତୀ ଆକ୍ରମଣରେ ୩ ମୃତ: ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଲା

ଅଭିଯୋଗ ପାଇ ଟଙ୍କପାଣି କ୍ଲଷ୍ଟର ସିଆରସିସି ସୁନିଲ କୁମାର ନନ୍ଦଙ୍କୁ ସେହି ବିଦ୍ୟାଳୟରେ ୨୨ ଜୁଲାଇ ମଙ୍ଗଳବାର ଠାରୁ ପରିସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ପରେ ଶିକ୍ଷା ଅଧିକାରୀ ଖପ୍ରାଖୋଲ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ, ଖପ୍ରାଖୋଲ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଇସ୍ପାଲ ସୁନା, ଶିକ୍ଷୟତ୍ରୀ ଯୋଶବନ୍ତି ଶବର ଏବଂ ପୁଷ୍ପାଞ୍ଜଳି ପାତ୍ରଙ୍କୁ ତଦନ୍ତ ପାଇଁ ଗତ ୨୩ ଜୁଲାଇ ୨୦୨୫  ଦିନ ତଦନ୍ତ ପାଇଁ ଯାଇଥିଲେ। ସେମାନେ ବିଦ୍ୟାଳୟକୁ ଆସି ଦୀର୍ଘ ୮ ଘଣ୍ଟା ଧରି ତଦନ୍ତ କରି ଫେରି ଥିଲେ ମଧ୍ୟ ବର୍ତ୍ତମାନ ଯାଏ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଜଣାପଡିଛି।

ଏନେଇ ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ପଚାରିବାରେ ମୋତେ ଶିକ୍ଷକ ଅସଦାଚରଣ ପ୍ରଦର୍ଶନ କରି ନାନା ପ୍ରକାର ହଇରାଣ ହରକତ କରୁଥିବା ନେଇ ଅଭିଯୋଗ କରି ଥିବା ପ୍ରକାଶ କରିଛନ୍ତି। ସେହିପରି ଖପ୍ରାଖୋଲ ବିଇଓ ଦାୟିତ୍ୱରେ ଥିବା ଅଭିନବ ମିଶ୍ରଙ୍କୁ ଫୋନ କଲେ ଉଠାଉ ନ ଥିବାର ପ୍ରତିକ୍ରିୟା ନିଆ ଯାଇ ପାରି ନାହିଁ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ କୁହନ୍ତି ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରା ଯାଇଥିବା ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଜଳ ପ୍ରଳୟ: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହାଲ୍ ବେହାଲ୍, ଜଳବନ୍ଦୀ ଲୋକେ..

Balangir | Crime