ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଅଭିଯୁକ୍ତ ଫେରାର

କରୋନାରେ ରୋଗୀଙ୍କ ମୃତ୍ୟୁ, ଆସିଲେନି ସମ୍ପର୍କୀୟ; ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ନେଲେ ଦୁଇପୁଅ

image source: India today

କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗ୍ରାମରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବାର ଖବର ମିଳିଛି। ଶିକ୍ଷକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ଅନ୍ତର୍ଗତ ଲାଖପଡ଼ା ଗ୍ରାମର ରାମଶଙ୍କର ଜୟପୁରିଆ ଖଣ୍ଡେକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ନିଜ ଗାଁ ଲାଖପଡ଼ାର ଝାଡ଼ବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଅତର୍କିତ ଭାବେ ତାଙ୍କୁ କେହି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ଖାଲି ସେତିକି ନୁହେଁ, ଦୁର୍ବୃତ୍ତ ରାମଶଙ୍କର ଜୟପୁରିଆଙ୍କ ମୋଟର ସାଇକେଲ୍ ନେଇ ପଳାଇଥିଲା। ଗାଁ ପୋଖରୀ ନିକଟରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର ବେଳେ ରାମଶଙ୍କର ଜୟପୁରିଆଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବର ପାଇ କୁଚିଣ୍ଡା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe