ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘରେ ଥିବା ଚୁଲିକୁ ଭାଙ୍ଗିଛନ୍ତି ଦୁର୍ବୃତ୍ତ। ୩୦ରୁ ଅଧିକ ଚୁଲି ଭଙ୍ଗାଯାଇଥିବା ନେଇ ସେବାୟତମାନେ ଅଭିଯୋଗ କରିଛନ୍ତି। ଚୁଲିଗୁଡ଼ିକୁ କେହି ହାତରେ ଭାଙ୍ଗିଥିବା ମଧ୍ୟ ଜଣାଯାଇଛି। ଏନେଇ ସୁଆର ମହାସୁଆର ନିଯୋଗ ସଭାପତି ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘରେ ମୋଟ ୭୫୨ଟି ଚୁଲିଥିବା ସେ କହିଛନ୍ତି। ଚୁଲିଗୁଡ଼ିକ କଞ୍ଚା ଥିଲା, ତାକୁ କେହି ପେଲି ଭାଙ୍ଗି ଦେଇଥିବା କୁହାଯାଉଛି।

ସୂଚନା‌ଯୋଗ୍ୟ, କିଛି ମାସ ତଳେ ଶ୍ରୀମନ୍ଦିରରେ ୪୦ରୁ ଊର୍ଦ୍ଧ୍ୱ ଚୁଲି ଭଙ୍ଗାରୁଜା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗାଁର ଜଗନ ମହାପାତ୍ର ଗିରଫ ହୋଇଥିଲେ।

ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ନିଦ ଭାଙ୍ଗିଥିଲା। ଶ୍ରୀମନ୍ଦିର ସୁରକ୍ଷା ଏସଓପିକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ଉଚ୍ଚ କ୍ଷମତାସଂପନ୍ନ ସିସିଟିଭି ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା। ପ୍ରତିଦିନ ଜେଟିପିଙ୍କ ସହ ଓଡ଼ିଶା ପୁଲିସ ବି ଶ୍ରୀମନ୍ଦିର ଶୋଧ କରିବେ ଓ ରୋଷଘରେ ଅନୁପ୍ରବେଶ ରୋକିବା ପାଇଁ ୪ ସିସି କ୍ୟାମେରା ଲାଗିବାର ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe