kalinga tv
ମୋହନା: ଗଜପତି ଜିଲ୍ଲା ମୋହନାରେ ଚାଞ୍ଚଲ୍ୟ। ଅଡବା ଥାନା ଘୋଡାପଙ୍କା ଗାଁରେ ଡବଲ ମର୍ଡର। ଘରେ ପଶି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ମୃତକ ହେଲେ କପିଳେନ୍ଦ୍ର ମଲ୍ଲିକ ଓ ସ୍ତ୍ରୀ ସସ୍ମିତା ମଲ୍ଲିକ।
ସୂଚନା ଅନୁଯାୟୀ, ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଅଡବା ଥାନା ଘୋଡାପଙ୍କା ଗାଁରେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ସସ୍ମିତା ଆସୁଥିବା ବେଳେ ବାଟରେ ଦୁର୍ବୃତ୍ତମାନେ ତାଙ୍କୁ ବି ହତ୍ୟା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କୀରିଛି। ତେବେ ହତ୍ୟାକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାରେ ଗାଁର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ କିଛି ମାସ ତଳେ କିଛି ଦୁର୍ବୃତ୍ତ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ଼ କରିଥିଲେ।
Follow Us