ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ କାରାଦଣ୍ଡାଦେଶ

ମହିଳାଙ୍କ ଆତ୍ମହତ୍ୟା ଘଟଣା, ସ୍ବାମୀ ଜେଲ୍‌ ଗଲେ

Work of the World

ନୟାଗଡ଼ : ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଦଶପଲ୍ଲା ଥାନା ଅଧୀନ ଗୋବର୍ଦ୍ଧନପୁରର ବଳିଆ ନାଏକ ଓରଫ୍‌ କାର୍ତ୍ତିକ(୩୨)କୁ ୧୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ସହକାରୀ ଦୌରାଜଜ୍‌ ତଥା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞାପାରମିତା ମହାପାତ୍ର ଦଣ୍ତାଦେଶ କରିଛନ୍ତି। ମାମଲାର ସରକାରୀ ଓକିଲ ପ୍ରଭାତ ଆଦିତ୍ୟ ବରାଳଙ୍କ ସୂଚନା ମୁତାବକ, ୨୦୧୨ ଡିସେମ୍ବର ୩୦ ତାରିଖ ସନ୍ଧ୍ୟାରେ ପୀଡ଼ିତା ବିଲରେ ଏକୁଟିଆ ମୁଗ ଓପାଡ଼ୁଥିଲେ। ପୀଡ଼ିତା ଏକାକୀ ଥିବାର ସୁଯୋଗ ନେଇ ତାଙ୍କୁ ଗାମୁଛାରେ ବାନ୍ଧି ବଳିଆ ଦୁଷ୍କର୍ମ କରିଥିଲା। ପୀଡ଼ିତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଦଶପଲ୍ଲା ପୁଲିସ ମାମଲା ରୁଜୁ କରିଥିଲା। ମାମଲାର ବିଚାର ପରେ ଏଭଳି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe