ଟିଟିଲାଗଡ଼ : ଡାକ୍ତରଖାନା ଶିଶୁ ୱାର୍ଡରେ ଦୁଷ୍କର୍ମ, ଦିବ୍ୟାଙ୍ଗ ନାବାଳିକା ଗର୍ଭବତୀ

ଖାଇବାକୁ ଦେଉଥିଲେ ଯୁବକ, ଦୁଷ୍କର୍ମ କରି ଫେରାର

ଟିଟିଲାଗଡ଼ : ଡାକ୍ତରଖାନା ଶିଶୁ ୱାର୍ଡରେ ଦୁଷ୍କର୍ମ, ଦିବ୍ୟାଙ୍ଗ ନାବାଳିକା ଗର୍ଭବତୀ

OdishaTV

କଂଟାବାଞ୍ଜି/ ଟିଟିଲାଗଡ଼ : ଟିଟିଲାଗଡ଼ରେ ଉପଖଣ୍ଡ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଡାକ୍ତରଖାନା ଶିଶୁ ୱାର୍ଡରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖାଇବାକୁ ଆଣି ଦେଉଥିବା ଆହାର କେନ୍ଦ୍ରର ଜଣେ ଯୁବକ ଦୁଷ୍କର୍ମ କରି ଫେରାର ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ମୁରିବାହଲ ବ୍ଲକ୍‌ ହଲଦୀ ପଂଚାୟତର ଗୋଟିଏ ପରିବାର ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗତ ସେପ୍‌ଟେମ୍ବର ମାସରେ ଆସିଥିଲେ। ୧୦ ବର୍ଷର ପୁଅର ଚିକିତ୍ସା ପାଇଁ ଏମାନେ ପ୍ରାୟ ୨୦ ଦିନ ରହିଥିଲେ। ପରିବାର ସହିତ ୧୪ ବର୍ଷୀୟ ଦିବ୍ୟାଙ୍କ ଝିଅ ବି ରହିଥିଲେ। ତା ପରଠାରୁ ଉକ୍ତ ଦିବ୍ୟାଙ୍ଗ ନାବାଳିକା ବାରମ୍ବାର ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ସବୁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ଲୋକେ ଏବଂ ଡାକ୍ତର ଉକ୍ତ ନାବାଳିକାଙ୍କୁ ପଚାରିବାରୁ ସତ କଥା ସବୁ କହିଥିଲେ।

ଡାକ୍ତରଖାନା ଶିଶୁ ୱାର୍ଡରେ ଥିବା ସମୟରେ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରର ଜଣେ କର୍ମଚାରୀ ଏହି ପରିବାର ଲୋକଙ୍କ ପାଇଁ ପ୍ରତିଦିନ ଖାଇବା ଆଣି ଦେଉଥିଲା। ସେହି ସମୟରେ ଉକ୍ତ ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିଲା। ଏହି ଘଟଣା ପରେ ଆ‌ହାର କେନ୍ଦ୍ରରେ କାମ କରୁଥିବା ଉକ୍ତ ଯୁବକ ଫେରାର ହୋଇଯାଇଛି। ଏନେଇ ଟିଟିଲାଗଡ଼ ଏସଡିପିଓ ଏସ୍‌.ଏନ୍‌. ଶତପଥୀଙ୍କୁ ପଚାରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି, ଦୋଷୀକୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe