ମିିଶ୍ରିଲାଲ ଶୋଷୁଛି ଭୂତଳ ଜଳ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

Advertisment
ମିିଶ୍ରିଲାଲ ଶୋଷୁଛି ଭୂତଳ ଜଳ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

Water Education Foundation

ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳ ବାଘବାହାଳି ବଙ୍ଗଳାଛକ ନିକଟରେ ଥିବା ମିଶ୍ରିଲାଲ କମ୍ପାନି ବହୁବର୍ଷ ଧରି ଭୂତଳ ଜଳ ବ୍ୟବହାର କରୁଛି। କାରଖାନା ଚାଲିବା ପାଇଁ ଆବଶ୍ୟକ ପାଣି ଆଣିବାର ସ୍ଥାୟୀ ବ୍ୟବସ୍ଥା ନକରି ଏବେ ପୁଣି କାରଖାନା ସମ୍ପ୍ରସାରଣ କରିବାକୁ ଯୋଜନା ଆରମ୍ଭ କରିଛି। ସ୍ଥାନୀୟ ପଙ୍କପାଳ ପଞ୍ଚାୟତ ବାସିନ୍ଦା ପାଣି ପାଇଁ ଡହଳବିକଳ ହେଉଥିବା ବେଳେ କାରଖାନା ବହୁ ପରିମାଣରେ ଭୂତଳ ଜଳ ଅପବ୍ୟବହାର କରୁଛି। କମ୍ପାନି ଭୂତଳ ଜଳ ବ୍ୟବହାର କରିବା ଦ୍ୱାରା ପଙ୍କପାଳ, ଘୁଷୁରିସାହି, ହନୁମନ୍ତପାଟଣା, ନୂଆରାଇଛନ୍ଦା, ମନୋହରପୁର ଓ ଅସନବାହାଳି ଭଳି ଗାଁଗୁଡ଼ିକରେ କୂଅ, ନଳକୂଅ ଓ ପୋଖରୀ ଆଦିର ଜଳସ୍ତର କମିଗଲାଣି।

ଲୋକେ ପିଇବା ପାଣି ପାଇଁ ନାହିଁନଥିବା ସମସ୍ୟାରେ ପଡୁଛନ୍ତି। ନଳକୂଅ ଶୁଖିଯିବା ଫଳରେ ପୋଖରୀ ପାଣିକୁ ବ୍ୟବହାର କରି ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବାରମ୍ୱାର ଅଭିଯୋଗ କଲା ପରେ ବି ସେମାନଙ୍କ ଅଭିଯୋଗକୁ କେହି ଶୁଣୁନାହାନ୍ତି। ପିଇବା ପାଣିର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ମିଶ୍ରିଲାଲ୍ କମ୍ପାନିର ସମ୍ପ୍ରସାରଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିକଟରେ ନିବେଦନ କରିଛନ୍ତି। ଏହାର ନକଲ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ, ଏଡିଏମ୍ କଳିଙ୍ଗନଗର, ଶିଳ୍ପ ସଚିବ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ପାନୀୟଜଳ ଯୋଗାଣ ବିଭାଗ ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ସ୍ଥାନୀୟ ସରପଞ୍ଚ ଓ କଳିଙ୍ଗନଗର ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe