IBG News
ବାଲେଶ୍ୱର/ଚାନ୍ଦିପୁର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଆଇଟିଆର୍ର ୩ ନମ୍ବର ଲଞ୍ଚପ୍ୟାଡ୍ରୁ ଆଜି ସଂଧ୍ୟାରେ ‘ପୃଥ୍ବୀ-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଛି। ଏକ ଚଳମାନ ଯାନରୁ ସଂଧ୍ୟା ପ୍ରାୟ ୮ଟା ୨୯ ମିନିଟ୍ରେ ଏହାର ପରୀକ୍ଷା କରାଯାଇଛି। ସ୍ଥଳଭାଗରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇପାରୁଥିବା ‘ପୃଥ୍ବୀ-୨’ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ପାରମ୍ପରିକ ତଥା ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି। ୩୫୦ କିମି ଦୂରତା ଯାଏ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାର ୩୩୩-କ୍ଷେପଣାସ୍ତ୍ର ରେଜିମେଣ୍ଟରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୫୬ ମିଟର, ମୋଟେଇ ୧୧୦ ସେମି ଏବଂ ଓଜନ ୪.୬ ଟନ୍ ବୋଲି ଜଣାପଡ଼ିଛି। କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି। ଡିଆର୍ଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସର କମାଣ୍ଡୋଙ୍କ ପକ୍ଷରୁ ନିୟମିତ ଭାବେ ଏହାର ବ୍ୟବହାରିକ ଦିଗକୁ ନେଇ ପରୀକ୍ଷା ହୋଇଆସୁଥିବା ସୂଚନା ମିଳିଛି।
Follow Us