ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

Advertisment
କରୋନା ଯୋଦ୍ଧା ଭାବେ କାମ କରୁଥିବା ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ପିତାମାତା

image source-sisat

ରଣପୁର/ଟାଙ୍ଗୀ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ଚାନ୍ଦପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚାନ୍ଦପୁର ଥାନା ଅଧୀନ ମଙ୍ଗଳାସାହିର ଜଣେ ଦେଢ଼ ବର୍ଷର ନିଖୋଜ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ତ ବୋଲି ଅଭିଯୋଗ କରିଥିବା ଜଣାଯାଇଛି।

ଅଭିଯୋଗ ମୁତାବକ, ଚାନ୍ଦପୁର ଥାନା ଅଧୀନ ମଙ୍ଗଳାସାହି ଅଞ୍ଚଳର ଜଣେ ମହିଳା ସୁଦୂର ଝାନ୍‌ସୀରେ ବିବାହ କରିଥିବା ବେଳେ ଦଶଦୋଳ ଯାତ୍ରା ପରିପ୍ରେକ୍ଷୀରେ ଦେଢ଼ ବର୍ଷର ଝିଅକୁ ସାଙ୍ଗରେ ଧରି ବାପଘରକୁ ଆସିଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ସେ ଆଉ ଝାନସୀ ଫେରି ପାରିନଥିଲେ। ତେବେ ଗତକାଲି ଅପରାହ୍ଣ ୨ଟାରେ ତାଙ୍କ ଝିଅ ନିଖୋଜ ହୋଇଯାଇଥିଲା। ଏ ନେଇ ପରିବାର ଲୋକେ ପ୍ରାୟ ୧୦ ଘଣ୍ଟା ଧରି ଚାରିଆଡ଼େ ଖୋଜାଖୋଜି କରି ନିରାଶ ହୋଇପଡ଼ିଥିଲେ। ତେବେ ରାତି ପ୍ରାୟ ୧୨ ଟାରେ ନିଜ ବାରିପଟ ପାଚେରି କଡ଼ରେ ଶିଶୁଟି ପଡ଼ିଥିବା ଦେଖି ସେମାନେ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଆଜି ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଅପରପକ୍ଷେ ଜମିଜମା ବିବାଦକୁ ନେଇ ପୂର୍ବରୁ ଶତ୍ରୁତା ଥିବାରୁ ଯୋଜନାବନ୍ଧ ଭାବେ ହତ୍ୟା କରାଯାଇଥିବା ଶିଶୁଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe