ନିଖୋଜ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

Advertisment

ପ୍ରମାଣ ନଷ୍ଟ ପାଇଁ ମୁଣ୍ତ, ଗଣ୍ତି ଅଲଗା, ଅଭିଯୁକ୍ତ ଗିରଫ

ପ୍ରମାଣ ନଷ୍ଟ ପାଇଁ ମୁଣ୍ତ, ଗଣ୍ତି ଅଲଗା, ଅଭିଯୁକ୍ତ ଗିରଫ

ସମ୍ପତ୍ତି ପାଇଁ ଦେଡ଼ଶୁରଙ୍କୁ ହତ୍ୟା କଲା ବିଧବା ଭାଇବୋହୂ

new indian express

ଦଶପଲ୍ଲା/ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଧୁନ୍ଦୁଗାଡ଼ିଆ ଗ୍ରାମର ଶିଶୁକନ୍ୟା ବେବି ନାୟକ(୬) ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ଗୁରୁବାର ବେବିର ଗଳିତ ଶବକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରିଥିବା ବେଳେ ହତ୍ୟାକାଣ୍ତ ଓ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ରାମର ସାଗର ଦଳେଇ(୨୦)କୁ ଗିରଫ କରିଛି।

ଗତ ୧୨ ତାରିଖ ମଧ୍ୟାହ୍ନ ସମୟରେ ଗାଁ ଦାଣ୍ତରେ ଖେଳୁଥିବା ବେଳେ ବେବିକୁ ମୋବାଇଲ୍ ଦେଖାଇବା ବାହାନା କରି ଅଭିଯୁକ୍ତ ସାଗର ଗ୍ରାମଠାରୁ ପ୍ରାୟ ୧ କିମି ଦୂର ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା। ସେଠାରେ ଅଭିଯୁକ୍ତ ବେବିକୁ ମୋବାଇଲ ଦେଖାଇବା ବାହାନାରେ ଦୁଷ୍କର୍ମ କରିଥିଲା। ଏକଥା କାଳେ ବେବି ବାହାରେ ପ୍ରଘଟ କରିଦେବ ସେହି ଭୟରେ ଏକ ପ୍ଲାଷ୍ଟିକ ରଶିରେ ବେବିର ବେକକୁ ଚିପି ହତ୍ୟା କରିଥିଲା।

ପରେ ପ୍ରମାଣ ନଷ୍ଟ ପାଇଁ ମୁଣ୍ତ, ଗଣ୍ତି ଅଲଗା କରି ମୃତଦେହକୁ ଏକ କଦଳୀ ଗଛ ମୂଳରେ ଫିଙ୍ଗି ଚାଲି ଆସିଥିଲା। ବେବିର ବାପା କାଳୁ ଏବଂ ମାଆ ଝୁଲିଙ୍କ ସମେତ ଗାଁ ଲୋକେ ଗ୍ରାମ ନିକଟବର୍ତ୍ତୀ କୂଅ, ପୋଖରୀ, ନାଳ ପ୍ରଭୃତି ସ୍ଥାନ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରଦିନ ପରିବାର ପକ୍ଷରୁ ଝିଅ ନିଖୋଜ ସମ୍ପର୍କରେ ବାଣିଗୋଛା ଥାନାରେ ଅଭିଯୋଗ କରିବା ପରେ ଗାଁରେ ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରଦିନ ଅର୍ଥାତ୍ ୧୪ ତାରିଖ ଦିନ ସନ୍ଧାନୀ କୁକୁର ସମେତ ସାଇଣ୍ଟିଫିକ୍ ଟିମ୍, ୧ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଖଣ୍ତପଡ଼ା ଏସ୍‌ଡିପିଓ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ମାତ୍ର ନିଖୋଜ ଶିଶୁର ସନ୍ଧାନ ପାଇନଥିଲେ। ମାତ୍ର ଝିଅ ବିଭିନ୍ନ ମୋବାଇଲ ଦେଖୁଥିବା କଥା ପରିବାର ପକ୍ଷରୁ ଶୁଣିବା ପରେ ପୁଲିସ ଗ୍ରାମର କିଛି ଯୁବକଙ୍କ ମୋବାଇଲ୍ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସାଗରର ଫୋନ୍‌ରେ ନିଖୋଜ ଶିଶୁ କନ୍ୟା ବେବିର ଫଟୋ ଦେଖି ସନ୍ଦେହ ସୃଷ୍ଟି ହେବାରୁ ସାଗର ଓ ତା’ର ଭାଇକୁ ପୁଲିସ ଥାନାକୁ ଆଣିଥିଲା। ପଚରାଉଚରା ସମୟରେ ସାଗରର କଥାରେ ତାଳମେଳ ନ ରହିବାରୁ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା। ପୁଲିସ ସାଗରକୁ ଅଟକ ରଖି ପଚରାଉଚରା କରିବାରୁ ସେ ବେବିକୁ ହତ୍ୟା କରିଥିବା ସ୍ବୀକାର କରିଥିଲା।

ଅଭିଯୁକ୍ତଠାରୁ ତଥ୍ୟ ପାଇବା ପରେ ଗତକାଲି ଏସ୍‌ପି ସିଦ୍ଧାର୍ଥ କଟାରିଆ, ଏସ୍‌ଡିପିଓ ଶୁଭେନ୍ଦୁ ସିହ୍ନା ଏବଂ ସ୍ବତନ୍ତ୍ର ଅନୁନ୍ଧାନକାରୀ ପୁଲିସ ଟିମ୍ ଧୁନ୍ଦୁଗାଡ଼ିଆରେ ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ସାଥିରେ ନେଇ ଘଟଣାର ଡେମୋ କରିଥିଲେ। ଗ୍ରାମର ଅନତିଦୂରରେ ପୁଲିସ ଶିଶୁକନ୍ୟାର ଗଳିତ ଶବକୁ ମୁଣ୍ତ–ଗଣ୍ତି ଅଲଗା ଅବସ୍ଥାରେ ଜବତ କରିଥିଲା। ଏନେଇ ବାଣିଗୋଛା ପୁଲିସ ଏକ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରି ଗୁରୁବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟବଚ୍ଛେଦ ପରେ ଶବକୁ ପରିବାର ପକ୍ଷରୁ ନିକଟସ୍ଥ କୁଆଁରିଆ ନଦୀରେ ପୋତି ଦିଆଯାଇଛି। ଏପଟେ ଗିରଫ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି।

ବେବିର ଗଣ୍ଡମୁଣ୍ଡ ଅଲଗା ହେବା ସମ୍ପର୍କରେ ଏସ୍‌ପି ଶ୍ରୀ କଟାରିଆ କହିଛନ୍ତି ଯେ ଏ ନେଇ ଫରେନ୍‌‌ସିକ୍‌ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ମାତ୍ର ଅଭିଯୁକ୍ତ ତଣ୍ଟି ଚିପି ମାରିଥିବା ସ୍ବୀକାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe