ପାଇକସାହି : ଆଜି ପୁରୁଣାକୋଟ ଥାନା ଲକ୍ଷ୍ମଣପୁର ନିବାସୀ ରାମଚନ୍ଦ୍ର ପ୍ରଧାନ(୮୨)ଙ୍କ ଗାଁ ପାଖ ମାଙ୍କଡ଼ଖାଇ ନାଳରୁ ଶବ ଉଦ୍ଧାର କରାଯାଇଛି। ସେ ଗତ ୧୯ ତାରିଖଠାରୁ ନିଖୋଜ ଥିଲେ। ରାମଚନ୍ଦ୍ର ମାଙ୍କଡ଼ଖାଇ ନାଳ ପାଖରେ ଥିବା ଆମ୍ବ ବିଗିଚାକୁ ବୁଲିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାେଖାଜି କରିଥିଲେହେଁ ତାଙ୍କ ସନ୍ଧାନ ମିଳିନଥିଲା। ଆଜି ତାଙ୍କ ଶବ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା।
ପାଇକସାହି : ନାଳରୁ ନିଖୋଜ ବ୍ୟକ୍ତି ଶବ ଉଦ୍ଧାର
Advertisment
Follow Us