୫ଦିନ ପରେ ମିଳିଲେ ନିଖୋଜ ବୃଦ୍ଧା, ଜଙ୍ଗଲରୁ ଉଦ୍ଧାର କଲେ ସିଆର୍‌ପିଏଫ୍‌ ଯବାନ

Advertisment
୫ଦିନ ପରେ ମିଳିଲେ ନିଖୋଜ ବୃଦ୍ଧା, ଜଙ୍ଗଲରୁ ଉଦ୍ଧାର କଲେ ସିଆର୍‌ପିଏଫ୍‌ ଯବାନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାଓବାଦୀ ଦମନ ପାଇଁ ନିୟୋଜିତ ସିଆରପିଏଫ ଯବାନମାନେ ଶୁକ୍ରବାର ମଙ୍ଗଳାବାଈ ପହରିଆ ନାମ୍ନୀ ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଜଙ୍ଗଲରୁ ୫ଦିନ ପରେ ଉଦ୍ଧାର କରିଛନ୍ତି। ପରେ ଉକ୍ତ ବୃଦ୍ଧାଙ୍କୁ ତାଙ୍କ ଘରେ ପହଞ୍ଚାଇ ଦେଇଛନ୍ତି। ଯବାନମାନଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ଭରୁଆମୁଣ୍ଡା ଗାଁର ବିଧବା ବୃଦ୍ଧା ମଙ୍ଗଳାବାଇ ୫ ଦିନ ତଳେ ଘରେ କେହି ନଥିବା ସମୟରେ ପାଖରେ ଥିବା ସୁନାବେଡ଼ା ଅଭୟାରଣ୍ୟକୁ କାଠ, ବା‌ଉଁଶ, ଛତୁ ସଂଗ୍ରହ ପାଇଁ ଯାଇଥିଲେ। କିନ୍ତୁ, ଜଙ୍ଗଲରେ ବାଟବଣା ହୋଇଯିବାରୁ ଆଉ ଘରକୁ ଫେରିପାରି ନଥିଲେ। ସନ୍ଧ୍ୟା ସୁଦ୍ଧା ନଫେରିବାରୁ ତାଙ୍କ ପୁଅ ଓ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଥିଲେ। ଗ୍ରାମବାସୀଙ୍କ ସହାୟତାରେ ୩ ଦିନ ଧରି ବଣ, ପାହାଡ଼, ନଦୀ, ନାଳ ସବୁଆଡ଼େ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶୁକ୍ରବାର ନୂଆପଡ଼ା ୨୧୬ ସିଆରପିଏଫ ଯବାନମାନେ ଅଭୟାରଣ୍ୟରେ କମ୍ବିଂ ଅପରେସନ ସମୟରେ ତାଙ୍କୁ ଦେଖି ସେଠାରୁ ଉଦ୍ଧାର କରିଥିଲେ। ଯବାନମାନେ ଜଙ୍ଗଲ ଭିତରେ ତାଙ୍କୁ କାନ୍ଧରେ ବୋହି ୫ କିମି ଆଣି ସୁରକ୍ଷିତ ଭାବେ ତାଙ୍କ ଘରେ ଛାଡ଼ିଥିଲେ। ଯବାନମାନେ ମାନବିକତ‌ାର ପରିଚୟ ଦେଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe