ତହସିଲ ଅଫିସ୍‌ରୁ ନିଖୋଜ ଆର୍‌ଆଇ ଫେରିଲେ

ତହସିଲ ଅଫିସ୍‌ରୁ ନିଖୋଜ ଆର୍‌ଆଇ ଫେରିଲେ

Worldorgs.com

ଝାରସୁଗୁଡ଼ା : ଝାରସୁଗୁଡ଼ା ତହସିଲ ଅଫିସ୍‌ରୁ ଜଣେ ଆର୍‌ଆଇ ଆଶ୍ଚର୍ଯ୍ୟ ଜନକ ଭାବରେ ଗତ ୨୩ ତାରିଖ ଠାରୁ ନିଖୋଜ ହୋଇଯାଇଥିବା ନେଇ ଲଇକେରା ଓ ଝାରସୁଗୁଡ଼ା ଥାନାରେ ମୌଖିକ ଅଭିଯୋଗ ହୋଇଥିଲା। ନିଖୋଜ ଆର୍‌ଆଇଙ୍କ ସଂପର୍କରେ ତହସିଲଦାର ବସନ୍ତ ହାତୀ, ଅତିରିକ୍ତ ତହସିଲଦାର ଯୋବିତା ତିର୍କି ତଥା କର୍ମଚାରୀ ମାନେ ପଚରା ଉଚୁରା କରୁଥିବା ବେଳେ ନିଖୋଜ ଆର୍‌ଆଇ ତାରାଚାନ୍ଦ ନାଏକଙ୍କ ମୋବାଇଲ ସୁଇଜ ବନ୍ଦ ଥିବାରୁ ତାଙ୍କ ସଂପର୍କରେ ଜଣାପଡ଼ି ନଥିଲା। ଗୁରୁବାର ଦିନ ସେ ଫେରି ଆସି ପୁରୀ ଯାଇଥିବା ସମସ୍ତଙ୍କୁ କହିଛନ୍ତି। କିଛି ଲୋକ ତାଙ୍କୁ ଖାଇବାକୁ ଡାକି ନେବା ପର ଠାରୁ ସେ ନିଖୋଜ ଥିବା ତାଙ୍କୁ ଜାଣିଥିବା ଲୋକ‌େ କହିଥିଲେ। ତେବେ ଗୁରୁବାର ଦିନ ସେ ଫେରିଥିବା ଜଣାଯାଇଛି।

ଏ ସଂପର୍କରେ ତହସିଲଦାର ବସନ୍ତ ହାତୀଙ୍କୁ ପଚାରିବାରୁ ସେ କୁଆଡ଼େ ନିଶାଶକ୍ତ ଅବସ୍ଥାରେ ପୁରୀ ପଳାଇଥିବା କହିଛନ୍ତି। ବସ୍‌ଷ୍ଟାଣ୍ଡରେ କିଛି ଲୋକଙ୍କ ସହିତ ନିଶା ସେବନ ପରେ ସେ ହାଟିଆ ଟ୍ରେନରେ ବାଗଡିହିରେ ଓହ୍ଲାଇ ତାଙ୍କ ଗାଁକୁ ଯିବାପାଇଁ ବାହାରିଥିଲେ କିନ୍ତୁ ଉତ୍କଳ ଏକ୍ସପ୍ରେସରେ ବସି ପୁରୀ ପଳାଇଥିବା ସେ ଜାଣିବାକୁ ପାଇଥିବା ତହସିଲଦାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe