ଖଣି ପାଣିରେ ଛାତ୍ର ନିଖୋଜ ଘଟଣା: ନିଖୋଜଙ୍କୁ ଖୋଜିବ ରୋବଟ୍‌

Advertisment
ଖଣି ପାଣିରେ ଛାତ୍ର ନିଖୋଜ ଘଟଣା: ନିଖୋଜଙ୍କୁ ଖୋଜିବ ରୋବଟ୍‌

ଖୋର୍ଦ୍ଧା: ଅଗ୍ନିଶମ ବାହିନୀ ଖୋଜିଲା। ତା’ ପଛକୁ ପଛ ଢେଙ୍କାନାଳରୁ ଓଡ୍ରାଫ୍‌ ଟିମ୍‌କୁ ଡକରା ହେଲା। କିନ୍ତୁ କେହି ପାରିଲେନି। ଶେଷକୁ ଆଇଏନ୍ଏସ୍‌ ଚିଲିକାର ନାଭାଲ୍ ଟିମ୍‌ ଆସିଲେ। ଭୋର୍‌ ସାଢ଼େ ୫ଟାରୁ ସନ୍ଧ୍ୟା ଯାଏ ଖଣିର ଅଥଳ ଗଭୀର ପାଣିରେ କଡ଼ା କସରତ କଲେ। ହେଲେ, ନାଭାଲ୍ ଟିମର ଚେଷ୍ଟା ଆଜି ବିଫଳ ହୋଇଛି। ସରକାରଙ୍କର ଚାରିଟା ବିଭାଗର ୪୫ଜଣ ଦକ୍ଷ ଲୋକ ଖୋଜାଖୋଜି କଲା ପରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଟାଙ୍ଗୁରି ମୁଣ୍ଡିଆର ବଡ଼ ସାଉଁଳି ଦୁଇ ନମ୍ବର ଖଣି ଖାଲରୁ ନିଖୋଜ ଯୁବକ ଓମ୍‌ ପ୍ରକାଶ ରଥଙ୍କୁ ଠାବ କରାଯାଇପାରି ନାହିଁ।

ଇତିମଧ୍ୟରେ ପ୍ରାୟ ୩୬ଘଣ୍ଟା ବିତିଗଲାଣି। ନିଖୋଜ ଓମ୍‌ଙ୍କ ପତ୍ତା ନମିଳିବା ପରବାରକୁ ବ୍ୟଥିତ କରିଛି। ଅନ୍ୟପଟେ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ମଣିଷ ବଳ ହାର ମାନିଲା ପରେ ଜିଲ୍ଲା ପ୍ରଶାସନ ଓମ୍‌ ପ୍ରକାଶଙ୍କ ସର୍ଚ୍ଚ ଅପରେସନ୍‌କୁ ବଡ଼ କରିବାକୁ ଅଣ୍ଟାଭିଡ଼ିଛି। ରାଉର୍‌କେଲା ଏନ୍‌ଆଇଟି ଦ୍ବାରା ପ୍ରସ୍ତୁତ ଏକ ‘ରୋବଟ୍‌’ ଆଜି ସଂଧ୍ୟାରେ ଆସି ଏଠାରେ ପହଞ୍ଚିଛି। ଆସନ୍ତାକାଲି ସକାଳୁ ସେ ତାର ଅପରେସନ ଆରମ୍ଭ କରିବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ଏ ଘଟଣାଟି ୮ତାରିଖ ଘଟିଥିଲା। ପାହାଳ ଥିବା ଏକ କଲେଜରେ ଫିଜିଓଥେରାପି ପାଠ ପଢ଼ୁଥିବା ଓମ୍‌ ପ୍ରକାଶ ଆଉ ତିନି ଜଣ ସିନିୟରଙ୍କ ସହିତ ତାପଙ୍ଗର ଏହି ଖଣି ଖାଦାନ ଇଲାକାକୁ ଯାଇଥିଲେ। ରିଲ୍ସ କରୁଥିବା ବେଳେ ଜଣେ ସାଙ୍ଗ ପାଣିରେ ବୁଡ଼ିଯାଇଥିଲେ।

ସୌଭାଗ୍ୟ ବଶତଃ ଓମ୍‌ ପ୍ରକାଶଙ୍କ ସାଙ୍ଗ ପାଣିରୁ ଉଦ୍ଧାର ହୋଇଥିବା ବେଳେ ଓମ୍‌ ପ୍ରକାଶ ଗଲା ତିନି ଦିନ ହେଲା ନିଖୋଜ ଅଛନ୍ତି। ଏ ଖଣି ଗଭୀରତା ପ୍ରାୟ ୨୦୦ ଫୁଟ୍‌ରୁ ଅଧିକ। ୩୬ଘଣ୍ଟା ହେଲା ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବାହିନୀ ଖୋଜାଖୋଜି ଜୋର୍‌ ସୋର୍‌ କରିଥିଲେ। ଟିମ୍ ଅସହାୟ ହୋଇଗଲା ପରେ ଆଜି ଆଇଏନ୍‌ଏସ୍‌ ଚିଲିକାରୁ ସାତ ଜଣ ସ୍କୁବା ଡାଇଭରଙ୍କୁ ଡକାଯାଇଥିଲା। ଦିନ ତମାମ୍‌ ପ୍ରାୟ ୧୨ଘଣ୍ଟା କାଳ ଚିଲିକା ନୌପତର ଦକ୍ଷ ଏବଂ ପ୍ରଶିକ୍ଷକ ସ୍କୁବା ଡାଇଭର ଖୋଜାଖୋଜି କରିବା ପରେ ହାର୍‌ ମାନିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe