new indian express
ରାଉରକେଲା : ଗତ ତିନି ଦିନ ତଳେ ଘରୁ ନିଖୋଜ ଛାତ୍ରଙ୍କ ଶବ ଗୁରୁବାର ଦିନ କୋଏଲନଦୀରୁ ମିଳିଛି। ମୃତ ଛାତ୍ର ଜଣକ ହେଲେ ଛେଣ୍ଡକଲୋନି ଫନିନ୍ଦ୍ର କୁମାର ଦାଶ (୨୧)। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍ଜିଏଚ୍କୁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁକରଣ ଜଣାପଡିବ ବୋଲି ପୁଲିସ କହିଛି। ଛାତ୍ରଙ୍କ ମୃତ୍ୟୁକୁ ନେଇ ଛେଣ୍ଡ କଲୋନିରେ ଶୋକର ଛାୟା ଖେଳିଯାଇଛି।
ଛେଣ୍ଡ କଲୋନି ଏଲ୍ସିଆର୍ ୧୨୮ରେ ଧର୍ମେନ୍ଦ୍ର କୁମାର ଦାଶ ଓ ତାଙ୍କ ପରିବାର ରହନ୍ତି। ତାଙ୍କ ପୁଅ ଫନିନ୍ଦ୍ର ଯୁକ୍ତ ଦୁଇ ପାସ୍ ପରେ ଡିପ୍ଲୋମା ପଢ଼ୁଥିଲେ। ଗତ ୨୮ରେ ଘରୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ନ ପାଇବାରୁ ଛେଣ୍ଡ ଥାନାରେ ନିଖୋଜ ମାମଲା ଦେଇଥିଲେ। ଛେଣ୍ଡ ପୁଲିସ ଛାତ୍ରଙ୍କ ପିତା ଧର୍ମେନ୍ଦ୍ରଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଥିଲେ। ଗୁରୁବାର ଅପରାହ୍ନରେ ଫନିନ୍ଦ୍ରଙ୍କ ଶବ ସେକ୍ଟର-୧୩ ଲୁଆକେରା କୋଏଲନଦୀ ବାଲି ଘାଟରେ ନିକଟରେ ଭାସୁଥିବା ସ୍ଥାନୀୟ ଲୋକ ଦେଖି ପୁଲିସ ସୂଚନା ଦେଇଥିଲେ। ସେକ୍ଟର-୧୫ ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନଦୀ ଭିତରୁ ଫନିନ୍ଦ୍ରଙ୍କ ଶବ ଉଦ୍ଧାର କରିଥିଲେ।
Follow Us