ସମୁଦ୍ରରେ ନିଖୋଜ ୨ ଛାତ୍ରଙ୍କ ଶବ ମିଳିଲା

Advertisment
ସମୁଦ୍ରରେ ନିଖୋଜ ୨ ଛାତ୍ରଙ୍କ ଶବ ମିଳିଲା

ପୁରୀ : ଗତକାଲି ଅପରାହ୍ଣରେ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ଟିମ୍‌ର ଦୁଇ ଖେଳାଳିଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ରାଉରକେଲା ଇସ୍ପାତ କଲେଜର ଛାତ୍ର ଆକାଶ ଖାସାଙ୍କ ଶବ ଲାଗିଥିଲା। ଏହାପରେ ଆଜି ଅପରାହ୍ନ ତିନିଟାରେ ବରଗଡ଼ ବିକାଶ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର ଛାତ୍ର ଯଦୁମଣି ବଚ୍ଛାଙ୍କ ଶବ ମଧ୍ୟ ଭିକ୍ଟୋରିଆ ହୋଟେଲ ସମ୍ମୁଖ ବେଳାଭୂମିରେ ଲାଗିଥିଲା। ଆଜି ଆକାଶଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଜିମା ଦିଆଯାଇଛି। ତେବେ ଯଦୁମଣିଙ୍କ ଶବକୁ ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସିଥିବା ସମ୍ବଲପୁର ଦଳର ୮ ଜଣ ଖେଳାଳି ଗତକାଲି ଅପରାହ୍ଣରେ ପୁରୀ ଆସି ସମୁଦ୍ରରେ ଗାଧୋଉଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଜୁଆରରେ ଭାସି ଯାଇଥିଲେ। ଅଗ୍ନିଶମ ବିଭାଗର ଲାଇଫ୍‌ଗାର୍ଡମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିପାରିଥିଲେ। ମାତ୍ର ଆକାଶ ଓ ଯଦୁମଣିଙ୍କ ସନ୍ଧାନ ପାଇ ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe