ହିଞ୍ଜୁଳି ନଦୀରେ ଚାଷୀ ନିଖୋଜ, ଦିନକ ଆଗରୁ ପତ୍ନୀଙ୍କ ଶ୍ରାଦ୍ଧ କରିଥିଲେ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଲହରା (୫୫) ଶନିବାର ଚାଷ‌ କରିବାକୁ ଯାଇ ଫେରିବା ବେଳେ ହିଞ୍ଜୁଳି ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି। ପ୍ରାପ୍ତ ସୂଚନାନୁସାରେ ପୂର୍ଣ୍ଣଚନ୍ଦ୍ର ଆଜି ସକାଳେ ହିଞ୍ଜୁଳି ନଦୀ ଆରପଟେ ଥିବା ନିଜ ଚାଷ ଜମିକୁ ଚାଷ କରିବାକୁ ଯାଇଥିଲେ। ଫେରିବା ବେଳେ ନଦୀରେ ବଢ଼ି ଆସିଥିଲା। ଅଧିକ ପାଣି ଯାଉଥିବାରୁ କୂଳ ଖାଉଥିଲା।

ତେବେ ପୂର୍ଣ୍ଣଚନ୍ଦ୍ର ନଦୀ ପାର ହେବା ବେଳେ ଭାସି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ରିଆମାଳ ଦମକଳ ବାହିନୀକୁ ଫୋନ କରିଥିଲେ। ଦମକଳ କେନ୍ଦ୍ର ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ବାଳଙ୍କ ସହ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ୨/୩ କିମି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ରାତି ହୋଇଯିବାରୁ ସେମାନେ ଫେରି ଆସିଛନ୍ତି। ପ୍ରକାଶ ଥାଉ କି ଗତ କିଛି ଦିନ ହେଲା ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ନଦୀମାନଙ୍କରେ ବଢ଼ି ପାଣି ଆସୁଛି। ଆଜି ୧୨ଟାରୁ ହିଞ୍ଜୁଳି ନଦୀରେ ଅଧିକ ପାଣି ଆସିଛି। ଶୁକ୍ରବାର ପୂର୍ଣ୍ଣଚନ୍ଦ୍ର ନିଜ ଦିବଙ୍ଗତ ପତ୍ନୀଙ୍କ ବର୍ଷିକିଆ ଶ୍ରାଦ୍ଧ କରିଥିଲେ। ଆଜି ସେ ନିଜେ କୁଆଡ଼େ ନିଖୋଜ ହୋଇଯାଇଛିନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe