ରାଜଧାନୀରୁ ନିଖୋଜ ଶ୍ରମିକ ମୁମ୍ବାଇରୁ ଉଦ୍ଧାର

୩ କୋଟି ରେଳ ଯାତ୍ରୀଙ୍କ ତଥ୍ୟ ଲିକ୍‌

www.railwayrecruitment.co.in

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ବାଂଶଡ଼ା ପଞ୍ଚାୟତ ତେନ୍ତୁଳିଆଡ଼ିଆ ଗାଁର ଶ୍ରମିକ ଅଜୟ ନାୟକ ରାଜଧାନୀରୁ ନିଖୋଜ ହୋଇଯାଇଥିଲେ। ନିଖୋଜର ୪ ଦିନ ପରେ ଆଜି ମୁମ୍ବାଇରୁ ଉଦ୍ଧାର ହୋଇଛନ୍ତି।

ତେନ୍ତୁଳିଆଡ଼ିଆ ଗାଁର ଶ୍ରମିକ ଅଜୟ ନାୟକ ମୁମ୍ବାଇରେ ରହି କାମ କରନ୍ତି। ଚଳିତ ମାସ ୨୧ ତାରିଖରେ ସେ କୋଣାର୍କ ଏକ୍ସପ୍ରେସରେ ନିଜ ଘରକୁ ଫେରୁଥିଲେ। କୋଣାର୍କ ଏକ୍ସପ୍ରେସ ଭୁବନେଶ୍ବର ଷ୍ଟେସନରେ ପହଞ୍ଚିବା ପରେ  ସେ ପ୍ଲାଟଫର୍ମରେ ଓଲ୍ଲାଇଥିଲେ। ପ୍ଲାଟଫର୍ମରେ ଓଲ୍ଲାଇବା ପରେ ତାଙ୍କର ପରିବାର ସହ ଆଉ ଯୋଗାଯୋଗ ରହି ନ ଥିଲା। ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇ ଗୋଟିଏ ଦିନ ପରେ ଭୁବନେଶ୍ବର ରେଳବାଇ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଯାଞ୍ଚରୁ ଜଣାପଡିଥିଲା ଶ୍ରମିକ ଜଣକ ପ୍ଲାଟଫର୍ମରେ ଓହ୍ଲାଇଛନ୍ତି।

ହେଲେ ତାଙ୍କର ଖୋଜଖବର ମିଳି ନ ଥିଲା। ନିଖୋଜ ଥିବା ଶ୍ରମିକ ଅଜୟଙ୍କୁ ୪ ଦିନ ପରେ ଆଜି ପୁଣି ସେହି କୋଣାର୍କ ଏକ୍ସପ୍ରେସରେ ମୁମ୍ବାଇରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ତାଙ୍କଠାରୁ ଲୁଟ୍‌ କରିବା ପରେ ପୁଣି ସେହି ଟ୍ରେନରେ ବସାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିଶା ଦେଇ ଲୁଟ କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe