ମା’ ଝିଅ ହ୍ରଦରେ ଖସି ଯୁବକ ନିଖୋଜ ଘଟଣା: ୭ ଦିନ ପରେ ଉଦ୍ଧାର ହେଲା ମୃତଦେହ

Advertisment
ମା’ ଝିଅ ହ୍ରଦରେ ଖସି ଯୁବକ ନିଖୋଜ ଘଟଣା: ୭ ଦିନ ପରେ ଉଦ୍ଧାର ହେଲା ମୃତଦେହ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପଞ୍ଚାୟତରେ ଥିବା ପର୍ଯ୍ୟଟନସ୍ଥଳୀ ମା’ ଝିଅ ହ୍ରଦରେ ଖସି ଗତ ଶୁକ୍ରବାର ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ଚାଲିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳୁ ନଥିଲା। ୭ ଦିନ ପରେ ଶୁକ୍ରବାର ଜିଲ୍ଲା ପ୍ରଶାସନ, ଓଡ୍ରାଫ ଟିମ ଓ ଜିଲ୍ଲା ପୁଲିସର ମିଳିତ ସହଯୋଗରେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଡିମିରିପୋଷି ଗ୍ରାମର ଜିତୁ ଠାକୁର ନାମକ ଜଣେ ଶ୍ରମିକ ଶୁକ୍ରବାର ଏକ ଟ୍ରାକ୍ଟରରେ ନିକଟସ୍ଥ ଗାଁକୁ ଧାନ ଆଣିବାକୁ ଯାଇଥିଲେ। ଫେରିବା ବାଟରେ ଟ୍ରାକ୍ଟର ଅଟକାଇ ମା’ ଝିଅ ହ୍ରଦକୁ ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ। ଦୀର୍ଘ ସମୟ ଧରି ଜିତୁ ଟ୍ରାକ୍ଟର ନିକଟକୁ ନ ଫେରିବାରୁ ଡ୍ରାଇଭର୍‌ ଉକ୍ତ ହ୍ରଦ ନିକଟକୁ ଖୋଜିବାକୁ ଯାଇଥିଲେ। ସେଠାରେ ଥିବା କିଛି ପର୍ଯ୍ୟଟକ ହ୍ରଦ ମଧ୍ୟରେ କେହି ଖସି ପଡ଼ିଥିବା କହିବା ପରେ ଟ୍ରାକ୍ଟର ଚାଳକ ଗାଁକୁ ଆସି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଜିତୁର କୌଣସି ସନ୍ଧାନ ପାଇ ନଥିଲେ। ଏ ନେଇ ଜିତୁଙ୍କ ବାପା ଶରତ ଠାକୁର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବାରୁ ଦେବଗଡ଼ ଥାନା ପୁଲିସ ଦମକଳ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ ମଧ୍ୟ ଗଭୀର ଜଳ ମଧ୍ୟରେ ଜିତୁର କୌଣସି ସନ୍ଧାନ ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe