ସମ୍ବଲପୁର/ଅତାବିରା : ରବିବାର ଅପରାହ୍ଣରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ମହାନଦୀ ପାୱାର ଚ୍ୟାନେଲ ବ୍ରିଜ ଉପରେ ଗାଡ଼ି ରଖି ବରଗଡ଼ ଅତାବିରାର ଯୁବ ବ୍ୟବସାୟୀ ଅଜୟ ଅଗ୍ରୱାଲ ନିଖୋଜ ହୋଇଯାଇଥିବା ନେଇ ବୁର୍ଲା ପୁଲିସ୍ରେ ଅଭିଯୋଗ ହୋଇଥିଲା।ତେବେ ଅଜୟ ପାଣିକୁ ଡେଇଁପଡ଼ିଥିବା ନେଇ ଖବର ପ୍ରସାରିତ ହେବା ପରେ ବୁର୍ଲା ପୁଲିସ୍, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା। କିନ୍ତୁ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୋମବାର ଅପରାହ୍ଣରେ ପାୱାର ଚ୍ୟାନେଲ ବ୍ରିଜରୁ ୨ ମିଟର ଦୂରରେ ଅଜୟଙ୍କ ମୃତଦେହ ଭାସମାନ ଅବସ୍ଥାରେ ଅଗ୍ନିଶମ କର୍ମଚାରୀ ଠାବ କରିଥିଲେ। ମୃତ ଅଜୟଙ୍କ ପକେଟରୁ ପକେଟରୁ ତାଙ୍କ (ଓଡି ୧୭ ଜି ୪୫୯୮) ସୁଜୁକି ସେଲେରିଓ କାରର ଚାବି ବାହାରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ବୁର୍ଲା ଥାନାଧିକାରୀ ବି.ବି.ଭୋଇ ସୂଚନା ଦେଇଛନ୍ତି।
ଗାଡ଼ି ରଖି ଯୁବକ ନିଖୋଜ ହେବା ଘଟଣା, ପାୱାର ଚ୍ୟାନେଲରୁ ଶବ ଉଦ୍ଧାର
Advertisment
Follow Us