ମୁରିବାହାଲ : ନୟାଗଡ଼ ଜିଲ୍ଲାରୁ ୯ମାସ ତଳେ ନିଖୋଜ ହୋଇଥିବା ଜଣେ ଯୁବକଙ୍କୁ ମୁରିବାହାଲରୁ ଉଦ୍ଧାର କରାଯାଇଛି। ଉକ୍ତ ଯୁବକ ଜଣକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଶିଖରପୁର ଉଜୁଲଙ୍ଗା ଗାଁର ଅଲେଖ ନାଏକଙ୍କ ପୁଅ ସନ୍ତୋଷ ନାଏକ ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2022/02/636e1509-4637-4826-afff-7a82a8d61eba.jpg)
ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ହଳଦୀ ପଞ୍ଚାୟତ ଖଲିଆକାନି ଗାଁର ପ୍ରାଥମିକ ଶିକ୍ଷକ ତଥା ଆଦିବାସୀ ସଂଗଠକ ରମେଶ ଭୋଇ ଶନିବାର ସକାଳେ ନିଜ ଘରେ ଥିଲେ। ଏହି ସମୟରେ ମାନସିକ ଭାରସାମ୍ୟ ହରାଇଥିବା ଉକ୍ତ ଯୁବକ ହଠାତ ତାଙ୍କ ଘରକୁ ପଶି ଆସି ଖାଇବାକୁ ମାଗିଥିଲେ। ଶ୍ରୀ ଭୋଇ ତାଙ୍କୁ ଖାଇବାକୁ ଦେବା ସହ ହଳଦୀ ଛକକୁ ଆଣି ତାଙ୍କର ବାଳଦାଢ଼ି କଟାଇ ନୂଆ ଲୁଗା କିଣି ପିନ୍ଧିବାକୁ ଦେଇଥିଲେ। ପରେ ତାଙ୍କୁ ମୁରିବାହାଲ ଥାନାକୁ ଆଣି ପୁଲିସକୁ ହସ୍ତାନ୍ତର କରିଥିଲେ। ମୁରିବାହାଲ ପୁଲିସ ଖଣ୍ଡପଡ଼ା ପୁଲିସ ସହିତ ଯୋଗାଯୋଗ କରି ଉକ୍ତ ଯୁବକଙ୍କୁ ତାଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରୁଛି।
Follow Us