ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

Advertisment
ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

ମେରାମଣ୍ଡଳି: କେନାଲ ନିକଟସ୍ଥ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାର ଖବର ମିଳିଛି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡ଼ାପଡା ଗାଁର ନିଖୋଜ କେଦାରନାଥ କରଣ (୨୨ବର୍ଷ)ଙ୍କ ମୃତଦେହ ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ କେନାଲ ସ୍ଥିତ ଜଙ୍ଗଲରୁ ଉଦ୍ଧାର ହୋଇଛି। କେଦାରନାଥଙ୍କ ସାଙ୍ଗ ତାଙ୍କୁ ନିକଟସ୍ଥ ଗାଁକୁ ଯାତ୍ରା ଦେଖିବାକୁ ଡାକି ନେଇ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହ ଜବତ କରିଛି।

ସୂଚନା ଅନୁଯାୟୀ, କେଦାରନାଥ କିଛି ବର୍ଷ ହେଲା ମେରାମଣ୍ଡଳି ବଜାରରେ ଭଡାଟିଆ ଭାବେ ପରିବାର ସହ ରହି ଆସୁଥିଲେ। ଗତ ବର୍ଷ ଡିସେମ୍ବର ୨୩ ତାରିଖରୁ ସେ ନିଖୋଜ ଥିଲେ। ଏନେଇ ଗତ ୨୪ ତାରିଖରେ ମୃତ କେଦାରନାଥଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ମୋଟଙ୍ଗା ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe