Missing youth's body recovered from village pond
ବୈଶିଙ୍ଗା: ବୈଶିଙ୍ଗା ଥାନା ବଗଲପୁର ଗ୍ରାମର ଜନୈକ ଯୁବକ ଶୁକ୍ରବାର କାମକୁ ଯାଇ ଆଉ ଘରକୁ ଫେରି ନଥିବା ବେଳେ ଶନିବାର ଅପରାହ୍ନ ଚାରିଟାରେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ବଗଲପୁର ହାଟପୋଖରୀରୁ ଉଦ୍ଧାରକରି ବୈଶିଙ୍ଗା ଡାକ୍ତରଖାନାରେ ଅଗ୍ନିଶମ ବାହିନୀ ଭର୍ତ୍ତି କରାଇଥିଲେ ।
ମୃତ ଯୁବକ ଜଣକ ହେଉଛନ୍ତି ବଗଲପୁର ଗ୍ରାମର ଶୁକୁଲ ହାଁସଦାଙ୍କର ପୁଅ ସୁନାରାମ ହାଁସଦା। ପରିବାରବର୍ଗଙ୍କ ସୂଚନା ମୁତାବକ ସବୁଦିନ ଭଳି ଶୁକ୍ରବାର ଦିନ ମଧ୍ୟ ସୁନାରାମ କାମକୁ ବାହାରି ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ସନ୍ଧ୍ୟାରେ ଘରକୁ ନଫେରିବାରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ଖବର ପାଇ ନଥିଲେ।
ଶେଷରେ ଶନିବାର ଅପରାହ୍ନରେ ବଗଲପୁର ହାଟ ପୋଖରୀରେ ସୁନାରାମଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବୈଶିଙ୍ଗା ପୁଲିସ ଓ ବେତନଟୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଧିକ ପଢ଼ନ୍ତୁ: ନ ନାଚିଲେ ସସପେଣ୍ଡ ହେବୁ, ନିରୀହ ପୁଲିସଙ୍କ ଉପରେ ଦବଙ୍ଗଗିରି ଦେଖାଇଲେ ତେଜପ୍ରତାପ
ଖବରପାଇ ବେତନଟୀ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସତ୍ୟବାଦୀ ପଲେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର ପୂର୍ବକ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ବୈଶିଙ୍ଗା ପୁଲିସ ୧୦ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ରବିବାର ମୃତହେଦ ବ୍ୟବଚ୍ଛେଦ ହେବାନେଇ ବୈଶିଙ୍ଗା ଥାନା ସବ ଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେରେ ସିରିଜ ଦୁର୍ଘଟଣା : ୪ କୋଇଲା ବୋଝେଇ ଟ୍ରେଲର ମଧ୍ଯରେ ଧକ୍କା ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ
Follow Us