ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନରେ ନିର୍ମାଣ ହେବ ମିସନ ଶକ୍ତି ବଜାର

Advertisment
ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନରେ ନିର୍ମାଣ ହେବ ମିସନ ଶକ୍ତି ବଜାର

The News Minute

୨ ବର୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ୩୫୮୩ କୋଟିର ବ୍ୟବସାୟ
ମିଟର ରିଡିଂ ଓ ବିଦ୍ୟୁତ ଦେୟ ଆଦାୟରେ ଅଧିକ ମହିଳା ଗୋଷ୍ଠୀଙ୍କୁ ସାମିଲ ନିର୍ଦେଶ

ଭୁବନେଶ୍ବର : ରାଜଧାନୀରେ ଥିବା ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସ‌ରରେ ମିସନ ଶକ୍ତି ବିଜାର ନିର୍ମାଣ କରାଯିବ। ଏହା ଜରିଆରେ ବର୍ଷ ତମାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟ ବିକ୍ରିର ସୁବିଧା ରହିବ। ସାଧାରଣ ଜନତା ଉପଯୁକ୍ତ ଦାମର ବିଭିନ୍ନ ଉତ୍ପାଦ ପାଇପାରିବେ। ଅନ୍ୟାନ୍ୟ ପ୍ରମୁଖ ସ୍ଥାନମାନଙ୍କରେ ମଧ୍ୟ ଏପରି ବଜାର ଖୋଲିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ଦେଶ ଦେଇଛନ୍ତି।

ଲୋକସେବା ଭବନରେ ଡିଜିଟାଲ ମୋଡରେ ଅନୁଷ୍ଠିତ ବୈଠକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟବସାୟ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମିସନ ଶକ୍ତି ବିଭାଗର ଶାସନ ସଚିବ ସୁଜାତା କାର୍ତିକେୟନ ଏ ସମ୍ବନ୍ଧୀୟ ବିଷୟ ଓ ତଥ୍ୟ ଉପସ୍ଥାପନ କରିଥିଲେ। ଆସନ୍ତା ୫ବର୍ଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହି ଅନୁସାରେ ପ୍ରଥମ ଦୁଇବର୍ଷରେ ମିସନ ଶକ୍ତି ବିଭାଗ ବିଭିନ୍ନ ବିଭାଗରୁ ୩୫୮୩ କୋଟି ଟଙ୍କା ସଂଯୋଜିତ କରିପାରିଛି। ପ୍ରତିବର୍ଷ ୧ହଜାର କୋଟି ଟଙ୍କାର ବ୍ୟବସାୟ ପାଇଁ ବିଭାଗୀୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କୋଭିଡ୍‌ ଲକଡାଉନ୍‌/ସଟ୍‌ଡାଉନ୍‌ ସତ୍ବେ ୨୦୧୯-୨୦ ଆର୍ଥିକ ବର୍ଷରେ ‌ଏହି ଗୋଷ୍ଠୀମାନଙ୍କ ଜରିଆରେ ୧୪୧୨ କୋଟି ଟଙ୍କାର ସରକାରୀ ବ୍ୟବସାୟ ହୋଇଛି। ଯାହାଫଳରେ ୧୪୧ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରିଛି। ୨୦୨୦-୨୧ବର୍ଷରେ ବ୍ୟବସାୟ ପରିମାଣ ୨୧୭୧ କୋଟିକୁ ବୃଦ୍ଧି ପାଇଥିବା ବେଳେ ଲକ୍ଷ୍ୟ ହାସଲ ୨୧୭ ପ୍ରତିଶତ‌ରେ ପହଞ୍ଚିଛି। ୨୦୧୯/୨୦ବର୍ଷରେ ୨୦,୪୪୯ ଗୋଷ୍ଠୀ ସାମିଲ ହୋଇଥିବା ବେ‌ଳେ ୨୦୨୦/୨୧ବର୍ଷରେ ୬୨,୫୧୪ ଗୋଷ୍ଠୀ ସାମିଲ ହୋଇପାରିଛନ୍ତି।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପ୍ରାଥମିକ ସ୍ବାସ୍ଥ୍ୟ, ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ, କୁକୁଡ଼ା ପାଳନ, ପଶୁପାଳନ, ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ, କୃଷି, ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଚାରା ପ୍ରସ୍ତୁତ ନର୍ସରି, ବୃକ୍ଷ ରୋପଣ, ଚଣା ଓ ମାଣ୍ଡିଆ ଭିତ୍ତିକ ଦ୍ରବ୍ୟ ପ୍ରସ୍ତୁତି, କୃଷି ଉଦ୍ୟୋଗ, ଆଶ୍ରମ ବିଦ୍ୟାଳୟମାନଙ୍କୁ ଖାଦ୍ୟ ଓ ପନିପରିବା ଯୋଗାଣ, ପାଇପ ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଣର ତଦାରଖ, ଇକୋ-କ୍ୟାମ୍ପ ପରିଚାଳନା ଆଦି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବା ଲାଗି ନିର୍ଦେଶ ଦିଆଯାଇଛି। ମିଟର ରିଡିଂ ଓ ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟରେ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ସାମିଲ କରିବା ଲାଗି ବିଦ୍ୟୁତ ବିତରକ କମ୍ପାନିଙ୍କୁ ନିର୍ଦେଶ ଦିଆଯାଇଥିଲା। ବିଭିନ୍ନ ବିଭାଗମାନେ ଅଧିକରୁ ଅଧିକ ପ୍ରକଳ୍ପ ଓ କାରବାର ଏହି ଗୋଷ୍ଠୀମାନଙ୍କ ଜରିଆରେ କରିବା ଲାଗି କୁହାଯାଇଛି।

ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe