ମହିଳାମାନେ ରାଜ୍ୟର ପ୍ରକୃତ ଶକ୍ତି; ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆହୁରି ଶକ୍ତିଶାଳୀ କରାଯିବ: ମୁଖ୍ୟମନ୍ତ୍ରୀ

Advertisment
ନୂଆ ବିଭାଗ ଭାବେ କାର୍ଯ୍ୟକ୍ଷମ ହେଲା ମିସନ ଶକ୍ତି

File Photo

ଖୋର୍ଦ୍ଧା : ମହିଳାମାନେ ହେଉଛନ୍ତି ରାଜ୍ୟର ପ୍ରକୃତ ଶକ୍ତି। ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ୍‌ ହୋଇଥିବା ମହିଳା ଏହାକୁ ସାମାଜିକ-ଅର୍ଥନୈତିକ ଆନ୍ଦୋଳନରେ ପରିଣତ କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ଗୋଶାଳା ପଡ଼ିଆ ଠାରେ ଅନୁଷ୍ଠିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଏହି ମିଶନ ଶକ୍ତି ସମାବେଶରେ ପ୍ରାୟ ୬୦ହଜାର ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟ, ଅଙ୍ଗନୱାଡି କର୍ମୀ, ଅଙ୍ଗନୱାଡ଼ି ସହାୟିକା ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ମିଶନ ଶକ୍ତିର ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରି ଏହାକୁ ଏକ ସାମାଜିକ-ଅର୍ଥନୈତିକ ଆନ୍ଦୋଳନରେ ପରିଣତ କରିଛନ୍ତି। ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଏହି ଆନ୍ଦୋଳନକୁ ଆଗକୁ ନେଇଛନ୍ତି। ମହିଳା ରାଜ୍ୟର ପ୍ରକୃତ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ତିଆନ୍ ଏହି ସମାବେଶରେ ଯୋଗ ଦେଇ ମହିଳାଙ୍କ ଉନ୍ନତି ଓ ସଶକ୍ତୀକରଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ପୁରୀରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୩ ଲକ୍ଷ ଟଙ୍କା ଯାଏଁ ଋଣ, ଆମ ଗାଁ ଆମ ବିକାଶ ଯୋଜନାରେ ରାଜ୍ୟର ୬୭୯୮ ପଞ୍ଚାୟତରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ, ୨୦୧୭ ଏପ୍ରିଲ୍ ପରେ ଗଠିତ ଏସ୍‌ଏଚ୍‌ଜିଙ୍କୁ ୩ ଲକ୍ଷ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୧୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ମିଶନ ଶକ୍ତି ଯୋଜନାରେ ସଫଳ ଭାବେ ସ୍ବାବଲମ୍ବୀ କାର୍ଯ୍ୟକ୍ରମକୁ ହାତକୁ ନେଇଥିବା ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe