ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଖୋଲିବ ସ୍ଥାୟୀ ମିଶନ ଶକ୍ତି ଦୋକାନ, ଚାହିଦ‌ା ମୁତାବକ ଜିନିଷ କିଣିପାରିବେ ଗ୍ରାହକ

Advertisment
ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଖୋଲିବ ସ୍ଥାୟୀ ମିଶନ ଶକ୍ତି ଦୋକାନ, ଚାହିଦ‌ା ମୁତାବକ  ଜିନିଷ କିଣିପାରିବେ ଗ୍ରାହକ

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ଗଣ୍ଡମୁଣ୍ଡାରେ ମିସନ ଶକ୍ତିର ସ୍ଥାୟୀ ଦୋକାନ ଖୋଲିବାକୁ ଯାଉଛନ୍ତି। ଏହି ଦୋକାନଗୁଡ଼ିକ ଖୋଲାଗଲେ ଗ୍ରାହକମାନେ ବର୍ଷତମାମ ଚାହିଦା ମୁତାବକ ଗ୍ରାମାଂଚଳର ଜିନିଷପତ୍ର କିଣିପାରିବେ। ମିସନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ଦ୍ୱାରା ଏହା ଘୋଷଣା କରାଯାଇଥିବା ଗୁରୁବାର ଜଣାପଡ଼ିଛି। ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୭୦ଟି ଦୋକାନ ଖୋଲାଯିବ।

ଭୁବନେଶ୍ୱର ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଜି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ମିସନ ଶକ୍ତି ମେଳା ଉଦ୍‌ଘାଟନ କରିଛନ୍ତି। ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇ ନିଜର ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି ଆରମ୍ଭ କରିଛନ୍ତି। ଆଗାମୀ ୧୬ ତାରିଖ ଯାଏ ଏହି ମେଳା ଚାଲିବ।

publive-image

ସବୁଠାରୁ ବଡ଼ କଥା ହେଲା, ଏଥର ମେଳାରେ ଡିଜିଟାଲ ବ୍ୟବସାୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଲୋକେ ଆପ୍‌ ମାଧ୍ୟମରେ ମେଳାରେ ଥିବା ଜିନିଷପତ୍ର କିଣା-ବିକା ସଂପର୍କିତ ତଥ୍ୟ ହାସଲ କରିପାରୁଛନ୍ତି। ମେଳା ଉଦ୍‌ଘାଟନୀ ଅବସରରେ ନୂଆ ମୋବାଇଲ ଆପ୍‌ ଲୋକାର୍ପଣ ହୋଇଯାଇଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ବସି ଜଣେ ଗ୍ରାହକ ଘରେ ବସି କେଉଁ ଷ୍ଟଲରେ କେଉଁ କେଉଁ ଜିନିଷ ଅଛି ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe