ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ସମ୍ବଲପୁର : ସଦର ଥାନା ବାହାମ ଗ୍ରାମରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ସେହି ଗ୍ରାମର ଜଣେ ୬୫ ବର୍ଷୀୟ ବୃଦ୍ଧକୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ହେଲା ବାହାମ ଗ୍ରାମର ହାଡ଼ୁ ବାଗ। ମାନସିକ ଅନଗ୍ରସର ମହିଳା ଜଣକ ବୁଧବାର ପ୍ରଥମଥର କରି ବାହାମ ଗ୍ରାକୁ ଯାଇଥିଲେ। ସେଠାରେ ବୁଲୁଥିବା ସମୟରେ ହାଡ଼ୁ ମହିଳାଙ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ। ରାତିରେ ମହିଳାଙ୍କୁ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ସକାଳେ ଏ ବିଷୟରେ ଗ୍ରାମବାସୀ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୁଲିସ ହାଡ଼ୁ ଘରକୁ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲା। ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଏହା ସହିତ ପୁଲିସ ହାଡ଼ୁକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ହାଡ଼ୁକୁ ତାଙ୍କ ସ୍ତ୍ରୀ ପାଖାପାଖି ୨ ବର୍ଷ ହେଲା ଛାଡ଼ି ଦେଇ ଅଲଗା ରହୁଛନ୍ତି। ୨ ପୁଅ ବି ହାଡ଼ୁ ଘରେ ରୁହନ୍ତି ନାହିଁ। ଏହାର ସୁଯୋଗ ନେଇ ହାଡ଼ୁ ମହିଳାଙ୍କୁ ଜବରଦସ୍ତି ଘରକୁ ନେଇ ଦୁଷ୍କର୍ମ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe