ଚଳନ୍ତା ବସ୍‌ରେ ଛାତ୍ରୀଙ୍କୁ ଅସଦାଚରଣ

Advertisment
ଚଳନ୍ତା ବସ୍‌ରେ ଛାତ୍ରୀଙ୍କୁ ଅସଦାଚରଣ

UNICEF Innocenti

ବ୍ୟାସନଗର:  ଚଳନ୍ତା ବସ୍ ଭିତରେ ଆଜି ଜଣେ କଲେଜ୍ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।  ଅଭିଯୁକ୍ତକୁ ଯାଜପୁରରୋଡ଼ ପୁଲିସ ଗିରଫ କରିଛି। ବସ ଡ୍ରାଇଭର, କଣ୍ଡକ୍ଟର, ହେଲପରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତ କୋରେଇ ଥାନା ଚାନ୍ଦମା ଗ୍ରାମର ତ୍ରିଲୋଚନ ସାମଲ (୪୧)। କେସ୍ ନମ୍ବର ୩୫୭ /୨୨ ଦଫା ୩୪୧, ୩୪୨, ୩୫୪ଏ, ୧୧୦, ୩୪ ଆଇପିସିରେ ତାକୁ ଗିରଫ କରାଯାଇଛି ବୋଲି ଏଏସଆଇ ଅନିରୁଦ୍ଧ ବିଶ୍ଵାଳ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ଆଜି ଏକ ଘରୋଇ ବସ (ଓଡି ୦୫ଏଲ ୧୧୪୯)  କଟକରୁ ଯାଜପୁରରୋଡ ଆସୁଥିବା ବେଳେ ସେଥିରେ ଜନୈକା ଯୁକ୍ତ ଦୁଇ ଛାତ୍ରୀ ଚଣ୍ଡିଖୋଲରୁ ଚଢ଼ିଥିଲେ। ସଂପୃକ୍ତ ଛାତ୍ରୀଙ୍କ ନିକଟରେ ଅଭିଯୁକ୍ତ ତ୍ରିଲୋଚନ ବସି ଅସଦାଚାରଣ କରିଥିଲା। ଏହାକୁ ନେଇ ଛାତ୍ରୀ ବସର ଡ୍ରାଇଭର ଓ ହେଲପରଙ୍କୁ ଜଣାଇଥିଲେ। ବସ୍ ଯାଜପୁରରୋଡ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ଛାତ୍ରୀ ତାଙ୍କ ବାପାଙ୍କୁ ଏ ସମ୍ପର୍କରେ ଫୋନରେ ଜଣାଇଥିଲେ। ବାପା ଷ୍ଟାଣ୍ଡରେ ପହଞ୍ଚି ଏ ସମ୍ପର୍କରେ ପଚାରି ବୁଝିବା ପରେ ପୁଲିସକୁ ଖବର ଦେଇଥିଲେ। ଯାଜପୁରରୋଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀ ଓ ତାଙ୍କ ବାପାଙ୍କ ନିକଟରୁ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ଯୁବକକୁ ଖୋଜାଖୋଜି କରିଥିଲେ। ପରେ ତାକୁ ଯାଜପୁରରୋଡ ରେଳଷ୍ଟେସନ ସାଇକଲ ଷ୍ଟାଣ୍ଡରେ ବସି ମଦ୍ୟପାନ କରୁଥିବା ବେଳେ ଏଏସଆଇ ଶ୍ରୀ ବିଶ୍ଵାଳ ସଦଳବଳେ ଚଢ଼ଉ କରି ଗିରଫ କରିଥିଲେ। ଆସନ୍ତାକାଲି ଅଭିଯୁକ୍ତ ତ୍ରିଲୋଚନକୁ କୋର୍ଟଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe