ରସୁଲଗଡ଼ ଛକରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ଚିହ୍ନଟ, ଖୋଜି ପାଉନି ପୁଲିସ

Advertisment
ନିର୍ଭୟା ଘଟଣା ପରେ ଦୁଷ୍କର୍ମ ନେଇ ଗଣମାଧ୍ୟମ ରିପୋର୍ଟ: ସମ୍ବେଦନଶୀଳତା ବଢିଛି କିନ୍ତୁ ପିତୃତାନ୍ତ୍ରିକ ମାନସିକତାରୁ ମୁକ୍ତ ନୁହଁନ୍ତି

goarch.org

ଭୁବନେଶ୍ବର : ଯୁବତୀଙ୍କ ଆଖିକୁ ଲାଇଟ୍‌ ପକାଇଲା। କମେଣ୍ଟ ମାରିଲା। ପ୍ରତିବାଦ କରିବାରୁ ମାଡ଼ ବି ମାରିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ବି ତାର ଖୋଜ୍‌ଖବର ପାଉନାହିଁ। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ପୁଲିସ ତତ୍ପରତା ପ୍ରକାଶ କରି ତାକୁ କାବୁ କରିଥିଲେ ହୁଏ ତ ଆଜି ସେ ଫେରାର୍‌ ନହୋଇ ଜେଲ୍‌ ଚାରିକାନ୍ଥ ମଧ୍ୟରେ ଥାଆନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସୂଚନା ମୁତାବକ, ବୁଧବାର ରାତିରେ ଯୁବତୀ ଜଣଙ୍କ ନିକଟରେ ଥିବା ଏକ ଘରୋଇ ସଂସ୍ଥାରୁ କାମ ସାରି ସହକର୍ମୀଙ୍କ ସହ ରସୁଲ୍‌ଗଡ଼ ସ୍ଥିତ ହଷ୍ଟେଲ୍‌କୁ ଫେରୁଥିଲେ। ତେବେ ଏହି ସମୟରେ ପେଟ୍ରୋଲ୍‌ ପମ୍ପକୁ ତେଲ ପକାଇବା ପାଇଁ ଅସୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଯୁବତୀଙ୍କ ଆଖିକୁ ଗାଡ଼ି ଲାଇଟ୍‌ ପକାଇଥିଲା। ଆଉ ସେମାନଙ୍କ ପାଖକୁ ଯାଇ କମେଣ୍ଟ ମାରିଥିଲା। ଜଣେ ଯୁବତୀ ଏହାର ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ବାଇକ୍‌ରୁ ଓହ୍ଲାଇ ତାଙ୍କୁ ମାଡ଼ ମାରିବା ଅସଦାଚରଣ କରିଥିଲା। ଅନ୍ୟମାନେ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ବି ସେମାନେ ତା ଆକ୍ରମଣରୁ ବର୍ତ୍ତି ପାରି ନଥିଲେ। ସେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲା। ଏ ନେଇ ଯୁବତୀଙ୍କ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ କେସ୍‌ ନଂ-୧୫୧ରେ ଆଇପିସିର ଦଫା ୩୪୧, ୩୫୪, ୩୫୪ଏ, ୩୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଆଇଆଇସି ସୁଧୀର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe